ସବୁଠୁ ଅନ୍ତରଙ୍ଗ-ସବୁଠୁ ଆପଣାର--'
ଦୁଃଖରେ ଆଦରି ନିଏ, ଆଉଜେଇନିଏ ଦରଦପଣରେ--
ସୁଖରେ ଗଦ୍ ଗଦ ହୁଏ କୋଳେଇ ହସେ ବିଭୋରପଣରେ,
ଏକ ଆକର୍ଷଣୀୟ ଚିତ୍ରମୟ ଅନୂଭବ,
ନିବିଡତାର ଓହଳ'-''
ମାଡି ହୋଇଥାଏ-ବେଢି ହୋଇଥାଏ ଅନ୍ତରରେ--
ସେ ନାରୀ'------
ନିରନ୍ତର ନିରବଛ୍ଛିନ୍ନ ଲଦି ହୋଇଯାଇ ଥିବା
-ଖୁନ୍ଦା ଖୁନ୍ଦି ହୋଇଥିବା
ବହଳେ ଦାୟ ଭିତରେ
ସ୍ନେହ ସରାଗର
ପ୍ରେମ ପ୍ରତ୍ୟୟର--ଫେଣ୍ଟା ଫେଣ୍ଟି
କିଛି ଅଭୁଲା ବର୍ଣ୍ଣମାଳାର
ଅନ୍ତରଙ୍ଗ ଛାପଟିଏ----
ସେ ନାରୀ-----
ଅବୋଧ ନିରୀହ ଶୈଶବର ଅଝଟ ପଣରେ
କୈଶୋରର ଛନ୍ଦମୟ ଚପଳତାରେ
ତାରୁଣ୍ୟର ଆଖିଏ ଗୋଲାପୀ ଗୋଲାପୀ ସ୍ବପ୍ନରେ
ବାର୍ଦ୍ଧକ୍ୟର ଭରସାରେ--- ପତିଆରା ପଣରେ,
ସ୍ବାଭିମାନରେ ସମୃଦ୍ଧ
ସ୍ନେହପଣରେ ସବୁଠୂ ନିଆରା,
ପ୍ରେମ ପ୍ରତ୍ୟୟର ଆଳାପରେ ଅନୁରଣିତ
ପ୍ରାଣମୟତାର ମୂର୍ତ୍ତିମନ୍ତ ରୂପଟିଐ-''
ସେ ନାରୀ
ମିଥ୍ୟା ପ୍ରବଞ୍ଚନା ପ୍ରତାଡନା...
ଜଂଜାଳ ଯନ୍ତ୍ରଣାରେ ଜର୍ଜରିତ...
ଅନ୍ତର୍ପ୍ରବାହମାନା ପ୍ରତ୍ୟୟର ଫଲ୍ଗୁଧାରା...
ଆକାଶେ ଆତ୍ମବିଶ୍ବାସ ସହ ପ୍ରବାହିନିଏ ଜୀବନକୁ
କୂଳେ କୂଳେ ଭରିଦିଏ ସବୁଜିମା-
ଫୁଟାଇଯାଏ ରଙ୍ଗୀନ ଫୁଲ କେତେ
ସେ ନାରୀ ..
ସୀମିତ ନଗଣ୍ୟ କାମନା ତାର
ସ୍ନେହର ନୀଳିମାରେ ନୀଳାଭ....ଆକାଶରୂଚେନାଏଁ
ଆଦ୍ୟ ଆଷାଢର ଟିପି ଟିପି ବାରି ବିନ୍ଦୁପରି...ଦି ଟୋପା
ଭଲ ପାଇବା ,ଆଉ କାଣିଚେ ମାତ୍ର ଆନ୍ତରିକତା...''
ଢାଳିଦିଏ ସେ ନିଜକୁ
ଆଞ୍ଜୁଳା ଆଞ୍ଜୁଳା ହୋଇ--ସଅଁପି ଦିଏ ନିଜକୁ
ସେ ନାରୀ.....।।
ବାରିପଦା




0 Comments