ନାରୀ- ସଂଗୀତା ମୋହନ ଗହିର

ସ୍ନେହ ଶ୍ରଦ୍ଧାର ପ୍ରତୀକ ପ୍ରେମ,ଦୟା,କ୍ଷମା 
ଆଉ ମମତାର ତରାଜୁରେ 
ସବୁବେଳେ ଭାରୀ ।।

ଦରକାର ପଡିଲେ ସମାଜ ସାଙ୍ଗେ 
ଯୁଦ୍ଧ କରେ ମାତୃଭୂମି ଠୁ ମହାକାଶ 
ପର୍ଯ୍ୟନ୍ତ ସବୁଠାରେ ତାର ଜିତ୍ ।।

ଖାଲି କିଛି ଅସାମାଜିକ 
ଲୋକଙ୍କ ଅମାନସିକତା 
ଆଗେ ଯାଏ ହାରି "ନାରୀ" ।।

ତଥାପି ସାହାସରେ କିଏ 
ହେବ ତାର ସରି ସବୁକ୍ଷେତ୍ରରେ ନିଭାଏ 
ସେ ତା'ର ଭାଗିଦାରୀ ।।

ସଂସାରରେ ଆଉ କାହା ପାଖେ 
ନାହିଁ ସହନଶୀଳତା ତା'ପରି 
ସିଏ "ନାରୀ" 
ହଁ ସିଏ ହିଁ 'ତ ନାରୀ ।।


ଭବାନୀପାଟଣା, କଳାହାଣ୍ଡି

Post a Comment

0 Comments