ଅତି ନିକଟ ରୁ ଦେଖି ଥିଲି
ଆମ ସଂପର୍କ କୁ
ଏତେ ସୂକ୍ଷ୍ମ ତ ନ ଥିଲା
ତଥାପି କାହିଁକି
ଭାଙ୍ଗି ଚୁନା ଚୁନା ହୋଇଗଲା
ତା କାରଣ ତୁମେ ଥିଲ
ନା ମୁଁ
ଜାଣିହେଲାନି........
ଆମେ ତ ଦୁହେଁ ଏକା ଥିଲେ
ସତ ରହସ୍ୟ ଘେର ରେ ଆଜି
ଆମେ କଣ ସତରେ ଏକା ଥିଲେ
ଯଦିଓ ଏକା ଥିଲେ
ତାହେଲେ ଅଲଗା ହେବା
ବେଶ ଚକିତ କରିଦେଲା ମୋତେ
ନା ଆମେ ଅଲଗା ଅଲଗା ଥିଲେ
ଦୁହେଁ ଏକା ବୋଲି ଭ୍ରମୁ ଥିଲେ
ଏମିତି ବହୁତ ପ୍ରଶ୍ନ ଖେଳୁଛି
ମୋ ଛାତି ତଳେ..........
ଉତ୍ତର ଖୋଜିବାକୁ ଫେରେ ଆଜି ବି
ବିତିଯାଇଥିବା ମୁହୂର୍ତ୍ତ ସମୂଦ୍ର କୂଳେ
ନିରବେ ପଚାରେ ସମୁଦ୍ର କୁ
ଆମ ଭଲପାଇବା କଣ
ତୋ ଭଳି ଗଭୀର ନ ଥିଲା
ଠିକ ସେତେବେଳେ ଲହଡି ଆସି
ସବୁ ପ୍ରଶ୍ନର ଉତ୍ତର ବୁଝେଇ ଦେଇଗଲା ।।




1 Comments
Nice poem
ReplyDelete