ନାରୀ - ସ୍ମିତାରାଣୀ ନାଥ


ଜୀବନ ଅନ୍ଧକାର ହୁଏ ଚକ୍ଷୁ ଯେବେ ନ ଉଠେ,
ଗଛ ଟି ଆନନ୍ଦ ବିହୀନ ହୁଏ ବିହଙ୍ଗ ବିହୁନେ ।
ବସନ୍ତ ଋତୁ ମେଳଣ ଆଣେ କୋକିଳ କଣ୍ଠେ ,
ରାତ୍ରିର କାଳଛାୟା ବିଲୁପ୍ତ ହୁଏ ସୂର୍ଯ୍ୟ ଆଗମନେ ।।
ଜ୍ୟୋସ୍ନା ପରିପୃତ ମନୁଷ୍ୟ ଯେହେଁ ଦିଗହରା ହୁଏ ନିଶାଗମେ, 
ପ୍ରକୃତି ତନୁରେ ଭସ୍ମୀଭୂତ ହୁଏ ବାଧ୍ୟକ୍ୟ କ୍ରମେ ।।
ନାରୀଟିଏ ସିନା ସତ୍ୟକିମ୍ବାଦନ୍ତୀ କର୍ମତା ଉର୍ସଗ ର ସିନ୍ଧୁ ।
ପୁଣ୍ୟ ସିନ୍ଧୁ ତୀରେ ଧର୍ଯ୍ୟ ଭରା ନାଵ ଟିଏ ପୁଣି କେବେ ପୂର୍ଣ୍ଣିମା ର ଇନ୍ଦୁ ।।
ଆଦ୍ୟ ସଂସ୍କୃତି ସେ ସଂସ୍କାର ରେ ଭରା ,ଗହଣା ତା ଧର୍ଯ୍ୟ ନ୍ୟାୟ ।
ତା ସେଂହ ର ମୂଲ୍ୟ ଅମୂଲ୍ୟ ରତନ ହୁଏ ନାହିଁ କେବେ କ୍ଷୟ ।।
ଏ ପୁଣ୍ୟ ମାଟିର ଜନମି ତୁହିଲ ,ସେଂହତ ହୁର୍ଦ୍ୱୟସ୍ପଶୀ କୋମଳ ।
ବସୁଧା ଠାରୁ ମହାନ ତୁ ଲୋ ହେଉନା କେବେ ଅକ୍ଷମ ଦୂବଳ ।।
ଜୀବନ ସଂଗ୍ରାମ କୁ ପାରି କରିଦେଉ ,ସୁନାର ଜିବନ ଗଢୁ ନିଜ ହସ୍ତେ ।
ମନରେ ଥାଏ ଅନେକ ଆସାର କିରଣ ,ଖୁସିତ ଆସିବ ଦିନେ ସୂର୍ଯ୍ୟ ଅସ୍ତେ ।।
କେବେ ତ ପାଇନୁ ମାନସନମାନ ,ତଥାପି ଅରଜୁଛୁ ପୂର୍ଣ୍ଣ ।
ଏ ପୁନ୍ୟ ଭୂମିରେ ପ୍ରତ୍ୟକ୍ଷ ଦେବୀତୁ ,କର୍ମତ ନିଖୁଣ ସମ ।।
ଆଜିର ସମାଜରେ ଲାଂଛିତ ଏଠିତୁ ,ସହୁ କେତେ ମାନ ଅପମାନ ।
ଧର୍ଷଣ ,ଲୁଣ୍ଠନ କେତେ ନିର୍ଯାତନା ,ସହୁ ଏଠି ରାତିଦିନ ।।
ଭ୍ରମିତ ସମାଜରେ ଭ୍ରମିତ ମନୁଷ୍ୟ ଭ୍ରମରେ ଯାଇଛି ବୁଡି ।
କାମୁଷ ଭାବନା ରେ ଆସୁରିକ ଚିନ୍ତନ ରେ ନାରୀ କେବେ ପରିବକି ଆକାଶେ ଉଡି ।।
କେତେ ଆଲୋଭନ କେତେ ଅଲୋଡନ ପୁଣି କେତେ ବେଭିଚାର ।
ଅସହ୍ୟ ଯନ୍ତ୍ରଣା ରେ ସହୁଛି ସିନା କେବେ ଉଠା ଏନି ସ୍ୱର ।।
ନାରୀ ଅଟେ ପୂଜନୀୟ ନାରୀହିଁ ଦେଶର ସଂମାନ ।
ଏ ଭ୍ରମିତ ସମାଜ କୁ ବୁଝେଇବ କିଏ ସଭିଏଁ ତ ଜନିତ ଅଜ୍ଞାନ ।।।



ଯାଜପୁର 

Post a Comment

0 Comments