ନାରୀ - କଳ୍ପନା ରାୟ

                   


ଭ୍ରୁଣ ରୁ ମୃତ୍ୟୁକୁ ଆଲିଙ୍ଗନ କରୁ ହସିହସି
ମାଆ ଆଖିରେ ଦେଇ ଲୁହ
ଡଷ୍ଟଵିନ୍ ରେ ପଡ଼ି କାନ୍ଦୁଥାଉ କିନ୍ତୁ
ପାଇବା ଲୋକର ହସ ଖିଅ
ତୋ ଲାଗି ଦୁନିଆ ହସେ
ମାତ୍ର ତୋତେ କନ୍ଦାଏ କାହିଁକି
ତୁ ଶକ୍ତିମୟୀ ହୋଇ ଶକ୍ତି ଦେଉ
କିଏ ତୋତେ ଭୁଲି ପାରିବକି
ସୀତା ହୋଇ ତ୍ୟାଗ ବାଢିଦେଉ
ଦ୍ରୌପଦୀ ହୋଇ ନ୍ୟାୟ ଦେଉ
ତୁ ଟିକିଏ ନ୍ୟାୟ ପାଇବା ପାଇଁ
ଵର୍ଷ ବର୍ଷ ବାଇଶି ବର୍ଷ ଚାହିଁ ରହୁ
ତୁମେ ବୀରା, ପୁଣି ଵୀରପତ୍ନୀ
ଅନନ୍ୟ ବଳିଦାନ ତୁମର ଭିନ୍ନ ଭିନ୍ନ ରୂପେ
ଅବହେଳିତ, ନିଷ୍ପେସିତ ପୁଣି
ଲୋମହର୍ଷଣ ଘଟଣାରେ ଦେହ କମ୍ପେ
ସ୍ବାଭିମାନର ସହ ବଞ୍ଚିବାର ହକ୍ ଥାଇ
ଚୁପଚାପ୍ ସହିଯାଅ ସତେକି ନୀର୍ଜୀଵ
ତୁମ ପାଇଁ ରଜ, ଦଶରା, କୁମାର ପୁନେଇ
ହସଖୁସି ପରିବେଶ ଅନ୍ୟକୁ ଦେଵ
ପ୍ରତି ଯୁଗରେ ପୁରୁଷ ସଙ୍ଗେ ପାଦରେ ପାଦ
ମିଳାଇ ଚାଲି ଦେଖାଇଛ ଉଦାହରଣ
ତଥାପି ପୁରୁଷ ହାତର‌ କଣ୍ଢେଇ ସାଜ
ବନ୍ଧା ପକାଇ ତୁମର ଉଲ୍ଲସିତ ଅସ୍ତିତ୍ବ
କାହିଁକି ତୁମେ ଏତେ ସହିପାର ଧରଣୀ ଭଳି
ସ୍ନେହ ପ୍ରେମ ମୈତ୍ରୀ ଏକତା ଦାନ କରି
ଖିନ୍ ଭିନ୍ନ ହୋଇଥାଏ ଘର ତୁମର ନ ଥିଲେ ଅଳି
ପୁରୁଷ ପ୍ରଧାନ ସମାଜକୁ କେବେ ସାଧିବ ତୁମ ଡୋରି
ନାରୀ, ତୁମେ ଦ୍ଵିତୀୟ ଵ୍ରହ୍ମରୂପା, ସୃଷ୍ଟିକାରୀ
ଅମୃତ ଦାନ କରି ତୁମେ ଅମୃତମୟୀ
ନାରୀତ୍ଵ ଦାନ କରି ତୁମେ ଲାବଣ୍ୟମୟୀ
ତଥାପି ତୁମ ସ୍ଵାଧୀନତା ବଳୀପକାଅ କାହିଁକି ?


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

Post a Comment

0 Comments