ହେ ନାରୀ - ଡିଲେଶ୍ୱରୀ ମେହର

କି ଭାଷାରେ
ପ୍ରକାଶ କରିବି ତୁମକୁ
ହେବ କିଏ ତୁଲ୍ୟ
କିଏ ଟାଳିବ ତୁମ ଶକ୍ତିକୁ
ଯେବେଠୁ ଜନ୍ମିଛ ଏ ଧରାରେ
ହୋଇ ଗୌରବ
ତୁମ ପାଇଁ ଏ ଜଗତ
ପଲ୍ଲବିତ ହୁଏ ସୌରଭ
ହେ ନାରୀ...
ତୁମେ କିଏ ଜାଣିଛ ?

ତୁମେ ଆମ ପ୍ରେରଣା ଦାୟକ
ସର୍ବଶ୍ରେଷ୍ଠ ସମର୍ଥକ
ତୁମେ ଅନନ୍ୟ
ସୃଷ୍ଟିରେ ବିଦ୍ୟମାନ
ତୁମେ ପୂଜନୀୟl
ସବୁବେଳେ ବନ୍ଦନୀୟl
ତୁମେ ଏ ମାଟିର ଜନନୀ
ଆଦ୍ୟ ଚିରନ୍ତିନୀ
ତୁମେ ଅନିନ୍ଦିତl
ପ୍ରାଙ୍ଗଣର ବନ୍ଦିତା
ତୁମେ ସ୍ନେହମୟୀ
ଏ ଧରାଶାୟୀ
ତୁମେ ଘରଣୀ
ଗେଲ୍ଲା ଭଗିନୀ 
ତୁମେ ଦୁଃଖର ସାଥୀ
ଭାଇ ହାତର ରାକ୍ଷୀ
ତୁମେ ମହାନ୍ ବନ୍ଧୁ
ନିଜେ ସ୍ଵୟଂ ସିନ୍ଧୁ
ତୁମେ ଛୁଆର ପଣତ
ସମସ୍ତଙ୍କ ମମତ୍ଵ
ତୁମେ ଜାୟା
ଦୁଇ କୂଳର ଦୁହିତା 
ତୁମେ ପାଳନକର୍ତ୍ତୀ
ସଂସାର ଧାତ୍ରୀ

ହେ ନାରୀ...
ତୁମେ ନୁହଁ ଅବଳା
ନୁହଁ ଦୁର୍ବଳା 
ତୁମେ ନୁହଁ ବୋଝ 
ନୁହଁ ଭୋଗ 
ତୁମେ ଅଟ ନାରାୟଣୀ 
ଶକ୍ତି ସ୍ଵରୂପା 
ତୁମେ ଅମ୍ବିକା 
ଶତୃ ସଂହାରୀ 
ତୁମେ ଲକ୍ଷ୍ମୀ
ତୁମେ ସରସ୍ଵତୀ 
ତୁମ ବିନା ନାହିଁ ଗତି 
ହେ ନାରୀ.... 
ତୁମେ ନାରୀ.... ।।

 
ବିଜେପୁର, ବରଗଡ଼

Post a Comment

0 Comments