ଓ଼ମେନ୍ସ ଡେ଼ - ନିର୍ମଳ ନାୟକ

ନାରୀ ରୁପି ନାରାୟଣୀ ତୁ ନାରୀ 

ମା ଜଗତ ମଙ୍ଗଳ, କଲ୍ୟାଣୀକାରୀ.. 


ଅବତାରୀ ଚାରି ରୂପେ ମାତା .. 

ଭଗିନୀ, ଜନନୀ, ଜାୟା, ସୁତା.. 


ସଂସାରେ ତୋର ଅଦ୍ୱିତୀୟ ସ୍ଥାନ.. 

ପାଉ ଥାଉ ମାତା ସଭିଠୁଁ ସଂମ୍ମାନ.. 


ପରିବାର ର ତୁହି ଅଟୁ ମେରୁଦଣ୍ଡ.. 

ତୋ ବିନା ଖାଲି ଖାଲି ସାରା ବ୍ରମହାଣ୍ଡ . 


ସର୍ଵମସହା ଧରିତ୍ରୀ ତୁ ନାହିଁ ପଟାନ୍ତର.. 

ଖୁସିର ଭଣ୍ଡାର ତୁ ଦୟାର ସାଗର.. 


ତୋ ବିନା ସୃଷ୍ଟିର ସର୍ଜନା ନୁହଁଇ ସମ୍ଭବ.. 

ନା ସନମାନ କଲେ ନିଶ୍ଚେ ମିଳେ ପରାଭବ.. 


ନାରୀ ଶକ୍ତି ର ଉର୍ନତି ରେ ଦେଶର ଉର୍ନତି.. 

ଦୁନିଆ ନକ୍ସା ରେ ସେ ଦେଶ କରେ ଅଗ୍ରଗତି 


ଓ଼ମେନ୍ସ ଡେ଼ ମୋର ଏତିକି ମିନତି.. 

ଜଗତେ ନିଶ୍ଚେ ହେଉ ନାରୀ ର ପ୍ରଗତି.. ।।


ନାଗପୁର, ମହାରାଷ୍ଟ୍ର

Post a Comment

0 Comments