ଶୁଣ ସାଧୁଜନ ସୁଜ୍ଞାନୀ
କରୁଅଛି ବଖାଣ
କନ୍ୟା ଅଟେ ପରା ରତନ
ରଖ ତାର ଜୀବନ.... ।1
ହସ ଖୁସିର ସେ ପସରା
ଦିଏ ଘର ହସାଇ
ଗୃହ କୁ କରଇ ମନ୍ଦିର
ସ୍ନେହ ମମତା ଦେଇ...। 2
କନ୍ୟା ଭ୍ରୁଣ ଟିକୁ ନ ମାର
ଏହା ଅଟଇ ପାପ
କନ୍ୟା କୁ ମଣେ ଯେ ହୀନ ଯେ
ପ୍ରଭୁ କରନ୍ତି କୋପ... ।3
ନାରୀ ଯହିଁ ପୂଜା ପାଆନ୍ତି
ସେତ ଅଟେ ସୁସ୍ଥାନ
ଲକ୍ଷ୍ମୀ ନାରାୟଣ ସେ ଘରେ
କରି ଥାନ୍ତି ଆସ୍ଥାନ... ।4
ବସୁଧା ପରି ସେ ସହଇ
ସବୁ ଦୁଃଖ କଷ୍ଟ କୁ
ମୁଁହ ଖୋଲେ ନାହିଁ ଡ଼ରିଣ
ସମାଜ ର ଭୟ କୁ...। 5
ଦୁଇ କୂଳ ହିତା ଦୁହିତା
ଅଟେ ମଙ୍ଗଳମୟୀ
ଯେଉଁ ଘରେ କନ୍ୟା ନଥାଏ
ଲାଗେ ସ୍ମଶାନ ସେହି... ।6
କନ୍ୟା ନ ରହିଲେ ସମାଜ
ଆଉ ତିଷ୍ଠିବ ନାହିଁ
ଶୁଣ ସାବଧାନେ ଏକଥା
ମୋର ଭଉଣୀ ଭାଇ...।7
କନ୍ୟା ପାଳି କର ସୁନାମ
ସ୍ୱର୍ଗେ କରିବ ବାସ
ସଦା ସୁଖ ଶାନ୍ତି ଲଭିବ
ଏହା ଦୃଢ଼ ବିଶ୍ୱାସ... । 8
ବାଲିପଟ୍ଟା, ଅନୁଗୋଳ




0 Comments