"ହେ ପ୍ରଭୁ! କଣ ମୋ ଭୁଲ୍, କଣ ମୋ ଦୋଷ"
ଅନ୍ଧାର କୋଠାରୀ ଭିତରୁ ଭାସି ଆସୁଥିଲା ତା ଚିତ୍କାର,
ମନ ରେ ଥିଲା ତାର କେତେ ଯେ ବେଦନା,
ଶରିର ରେ ସେଇ ଅଘଟଣା ର ଭାର....
ଥକି ପଡିବାରୁ ଆଖି ତାର ବୁଜି ହୋଇ ପଡିଲା ହଠାତ୍
ସ୍ଵପ୍ନ ରେ ଦେଖିଲା ସେ ଅଘଟଣା ର କିଛି ଅଂଶ,
ନିଜ ଦାବି ପାଇଁ ସ୍ଵର ଉତ୍ତୋଳନ କରିଥିବାର ସେ ଥିଲା ଦଣ୍ଡ,
ବସ୍ତୁ ଭାବି ତା ଇଜ୍ଜତ କୁ କରା ଯାଇଥିଲା ଖଣ୍ଡ ଖଣ୍ଡ....
ଅଙ୍ଗ କୁ ଚିରି, କାନ୍ଦିଥିଲା ପୁଣି ତା 'ୟୁଟେରସ୍'
ସେ କାପୁରୁଷ କରିଥିଲା ତାକୁ ଯେତେବଳେ ବଳାତ୍କାର ର ଶିକାର,
ନିଦ ଭାଙ୍ଗିଗଲା... ପୁଣି ଭୟରେ ଥରିବାକୁ ଲାଗିଲା ସେ,
ପୁଣି ଶୁଭାଗଲା ସେଇ ବିକଳ ଚିତ୍କାର....
ପୁଣି ଥରେ ହାଲିଆ ହୋଇ ଆଖି ଲାଗିଯାଇଚି, ଦେଖିଲା ଆଉ ଏକ ସ୍ଵପ୍ନ
ଯେତେବେଳେ ତାକୁ କୁହା ଯାଇଥିଲା ଦୋଷୀ,
ଯେତେବେଳେ ପୀଡିତା କୁ "ଛି!" କଲେ, ତାକୁ ଦୁର୍ବଳା ଭାବି,
ଯେଉଁଠି ତା ସମ୍ମାନ କୁ ଫିଙ୍ଗି ଦିଆଗଲା, ତା ଯୋନି ରେ ରଖି..
ପୁଣି ନିଦ ଭାଙ୍ଗିଲା, କିନ୍ତୁ ଏଥର ଉଠିଲା ସେ ତା ଲୁହ ପୋଛି
ଭାବିଲା କାହା ପାଇଁ କାନ୍ଦିବ - ଅସଭ୍ୟ, ନୀଚ ଲୋକ ଙ୍କ ପାଇଁ?
ଯିଏ ତା ହାର୍ ଦେଖିବାକୁ ଚାହାଁନ୍ତି, ତାଙ୍କୁ ଠିକ୍ ପ୍ରମାଣ କରିବା ପାଇଁ?
ନା... ଆଉ ନୁହେ... ଚାଲିବନି ଆଉ ସେ ତା ମୁଣ୍ଡ କୁ ନୁଆଇଁ...
ଅନ୍ଧାର କୋଠାରୀ ହଠାତ୍ ଆଲୋକିତ ହୋଇ ଉଠିଲା
ଦର୍ପଣ ଆଗରେ ଠିଆ ହୋଇ ସେ ନିଜକୁ ଦେଖିଲା ,
ପ୍ରଣ ନେଲା ଯିବ ନାହିଁ ସେ ହାରି....
ଆଜି ଦଶ ବର୍ଷ ପରେ ବି ଯେତେବେଳେ ସେ ଦର୍ପଣ ଦେଖେ,
ଖୁସି ହୁଏ ନିଜ ପରିଚୟ କଥା ଭାବି,
କ୍ୟାରିୟର୍ ରେ ଜଣେ ସଫଳ ବ୍ୟକ୍ତି ସହିତ... ସେ ଜଣେ ନାରୀ....
ଉଚ୍ଚାଭିଳାଷୀ ଏବଂ ଶକ୍ତି ର ପ୍ରତୀକ - ଜଣେ ନାରୀ.... ।।




0 Comments