ନିର୍ଯାତିତା ସେ ଉପେକ୍ଷିତା
ସେ ପୁଣି ଆଜି ଅବହେଳିତା
କିଏ ବୁଝିବ ଏ ଯୁଗ ରେ
ନାରୀ ଜୀବନ କେତେ ଅଭିଶପ୍ତା ।
ଜନ୍ମ ନ ହେଉଣୁ
ମୃତ୍ୟୁ ଯେ ନିଏ ତାକୁ ସାଉଁଟି
ସ୍ନେହ ମମତା କିବା ସେ ପାଇବ
ଯେବେ ଆପଣା ଯାନ୍ତି ଶତ୍ରୁ ପାଲଟି ।
ଜନ୍ମ ତା ମା ଗର୍ଭ ରୁ
ସବୁ ପୁରୁଷ ପରି
ପୁଣି କାହିଁ ସାଜେ ପୁରୁଷ
ହିଂସ୍ର ନାରୀ ଶିକାରୀ ।
ଜନନୀ ତା ନାରୀ
ଭଗିନୀ ସଙ୍ଗିନୀ ବି ସେ ନାରୀ
କାହିଁ କରିଦିଏ ସମାଜ
ତାକୁ କାଠ କଣ୍ଢେଇ ସରି ।
ଦୁନିଆ ଦୀପକୁ ଆଲୋକିତ କରେ
ସେ ଯେ ସଳିତା ସାଜି
ଜଳି ନିଜେ ଜାଳେ ସେ ଦୀପ
ତଥାପି ଅନ୍ଧାରମୟ ଜୀବନ ତା ଆଜି ।।
କଳାହାଣ୍ଡି




0 Comments