ନାରୀ - କ୍ରିଷ୍ଣାରାଣୀ ସିଂହ

  


ସୃଷ୍ଟି ର ପ୍ରାରମ୍ଭ ରେ ଯିଏ ଜନ୍ମ ନିଏ

ସିଏ ହିଁ ନାରୀ।

ପଣତ କାନି ରେ ବାନ୍ଧି ପାରେ ମମତା ଓ ମୃତ୍ୟୁ

ସିଏ ହିଁ ନାରୀ ।

ନିଜ ସିନ୍ଦୂର ପାଇଁ ଯମ ସହିତ ଲଢେଇ କରେ 

ସିଏ ହିଁ ନାରୀ ।

ଯାହାର ଚରିତ୍ର କାଚ ଠାରୁ ବି ପବିତ୍ର  ସିଏ ହିଁ ନାରୀ ।

ଯିଏ ଝିଅ, ଭଉଣୀ, ପ୍ରେମିକା, ସ୍ତ୍ରୀ ଓ ମା ମଧ୍ୟ ହୋଇପାରେ 

 ସିଏ ହିଁ ନାରୀ। 

ନୁହେଁ ସେ କାହା ଭୋଗର ଆସର   

କିନ୍ତୁ; ନାରୀ ବିନା ପୁରୁଷ  ଅସାର  ।

ପ୍ରସବ ଯନ୍ତ୍ରଣା ସହ୍ୟ କରି ସନ୍ତାନ ଟିଏ ଜନ୍ମ ଦିଏ

ସିଏ ହିଁ ନାରୀ ।

କନ୍ୟାଦାନ ମହାଦାନ ଜଗତେ ଯେ ଶ୍ରେଷ୍ଠ 

ସର୍ବସଂହା ନାରୀକୁ ମୋ ଭୂମିଷ୍ଠ ପ୍ରଣାମ ।।



ବାଲେଶ୍ୱର

Post a Comment

0 Comments