ସୃଷ୍ଟି ର କୋଳ ରେ ନାରୀ ର ରୂପ ରେ
ବିଦ୍ୟମାନ ଏକ ଜାତି
ସଂସାରେ ଜନନୀ କେବେ ସେ ଭଗିନୀ
ସର୍ବକ୍ଷେତ୍ରେ ତାର ସ୍ଥିତି ।
କିଏ ବା ନ ଲୋଡ଼େ ନାରୀ କୁ ଜଗତେ
ନାରୀ ଯେ ଜଗତ ଜାୟା
ପୂଜନୀୟ ସେହି ବରେଣ୍ୟ ବନ୍ଦିତା
ପୁଣ୍ୟ ତୀର୍ଥ ଯାର କାୟା ।
ଅନୁରାଗ ଭରା ମଧୁର ବଚନେ
କମଳ ପରଶ ବୁଣି
ରୂପ ଗାରିମା ରେ ଚାତୁରୀ ଆଖିରେ
ସଭିଙ୍କୁ କରାଏ ଗୁଣି ।
କେବେ ପୁଣି ସିଏ ମା ଟିଏ ହୋଇ
ଗର୍ଭ ଧରେ ସେ ତା ପେଟେ
ପ୍ରସବ ଯନ୍ତ୍ରଣା ପ୍ରଶମିତ କରି
ଜନ୍ମ ଦିଏ ସନ୍ତାନଟେ ।
ଜନ୍ମ ସେ ଦେଇଛି ଶତ ଶତ ବୀର
କେତେ ଯେ ମହାପୁରୁଷ
ପାଳନକର୍ତ୍ତୀ ସେ ନାରୀ ମହିୟସୀ
ମହିମା ତା ଅଟେ ଅଶେଷ ।
ଜଗତସିଂହପୁର




0 Comments