ନାରୀ - ଦୀପକ କୁମାର ନାୟକ

  


ଗଢ଼ିଛି ବିଧାତା ବୁଷ୍ଟର ରଚୟିତା 

ଜଗତ ହିତ ଉପକାର ପାଇଁ l

ଖୋଲେ ନାହିଁ କେବେ କୋହର ଗଣ୍ଠିଲି 

ଦୁଃଖ ଅନୁତାପ ଅପମାନ ସହି l

ହୁଏ ନାହିଁ କେବେ ବିଚଳିତ 

ଛାତି ତଳେ ଲୁଚାଇ କୋହ l

ପର କି ଆପଣା ନଥାଏ ତାକୁ ଜଣା 

ସଭିଙ୍କୁ ଦିଏ ସେ ସମ୍ମାନ ଆଦର ସଦା l

କେବେ ସେ ଜନନୀ ସନ୍ତାନର

କେବେ ସେ ଭଗିନୀ ଭାଇର l

ନାରୀର ଜୀବନ କେହି ମୁହୁର୍ତ୍ତରେ 

ହୋଇଯାଏ ପରିବର୍ତ୍ତନ l

ବିବାହ ବେଦୀରେ  ପଡିଯାଏ 

ତା'ର ସମ୍ପର୍କରେ ସେତୁବନ୍ଧ l

ବାହା ବେଦୀ ହୋମ ନିଆଁ 

ହାତ ଗଣ୍ଠି ପରେ ବଢିଯାଏ ତା' ପରିଚୟ l

ଝିଅ ହୋଇଯାଏ ବୋହୂ 

ଆପଣା ହୋଇଯାନ୍ତି ପର l

ଏଇତ ନାରୀର ଜୀବନ 

ସଦା ଦୁଃଖ ସୁଖ ଭରା l

କେଡେ ବିଚିତ୍ର ନିୟମ ତୁମ ପ୍ରଭୁ 

କେହି ମୁହୁର୍ତ୍ତରେ ବଦଳି ଯାଏ ସବୁ l

ଆପଣାକୁ କରେ ପର 

ପରକୁ କରେ ଆପଣା l

ଧନ୍ଯ ତୁ ନାରୀ ଦେବୀ 

ତୋ' ହୃଦୟ ବିଶାଳ ସାଗର l

ନାରୀର ଜୀବନ ସବୁବେଳେ 

କର୍ତ୍ତବ୍ୟ କର୍ମରେ ବନ୍ଧା l

ଜଳୁଥାଏ ସେ ସଦା 

ଦିପ ପରି ତିଳ ତିଳ l

ନାରୀର କେତେବେଳେ ଆରମ୍ଭ ହୁଏ 

ସକାଳର ସେବାରେ 

ପୁଣି ଶେଷ ହୁଏ ରାତ୍ରିର ପ୍ରହରରେ l

ନାରୀ ଘର ଅଗଣାର ଲକ୍ଷ୍ମୀ ପ୍ରତିମା 

ନାରୀ ଅଟେ  ଧ୍ବଂସ କରତା। 

ନାରୀ ହିଁ ସର୍ବ ସଂହିତା 

ନାରୀ ହିଁ ଦେବୀ ଜନନୀ l

ଆଜି କାହିଁ ଏ ବଛା ବିଚାର 

କନ୍ୟା ସନ୍ତାନ ଅଲୋଡା l

ଧନ୍ଯ ତୁ ନାରୀ 

ତୋ ପାଦ ତଳେ କରେ ଦଣ୍ଡବତ l


ଧର୍ମଶାଳା , ଯାଜପୁର

Post a Comment

0 Comments