ମାତାର ଗର୍ଭରୁ ଯାତନା ଲଭିଣ
ଜନ୍ମ ନେଉ ନେଉ ମରେ,
ପିଲାଟି ବେଳରୁ ପିତାମାତା ପାଶେ
ମୁହିଁ ଚଳେ ଆକଟରେ ।
କିଶୋରୀ ବୟସେ ଭାଇ ଆକଟିଲା
ଯୌବନରେ ସ୍ବାମୀ ଡର,
ବୃଦ୍ଧା ବୟସରେ ପିଲାଏ ଛାଡିଲେ
ରହିଲି ବୃଦ୍ଧାଶ୍ରମର ।
ଏଇତ ଜୀବନ ସମାଜରେ ନାରୀ
ସ୍ବାଧୀନତା ମିଳେ ନାହିଁ,
ସବୁଠି ବିପଦ ଭରସା ମିଳେନି
ଅନ୍ତରେ କାନ୍ଦଇ ସେହି ।
ମା'ର ମମତା ଭଉଣୀର ସ୍ନେହ
ଭାର୍ଯ୍ୟାର ଅପାର ପ୍ରେମ,
କନ୍ୟାର ଭକତି ମିଳବନି ଦିନେ
ମତି ହୋଇଯିବ ଭ୍ରମ ।
ନାରୀ ନିଷ୍ପେସିତ ନାରୀ ନିର୍ଯାତିତ
ନାରୀ ର ମର୍ଯ୍ୟାଦା ନାହିଁ,
ସଂସ୍କାର ସଂସ୍କୃତି ଲୋପ ପାଇଲାଣି
ଆଧୁନିକେ ଦ୍ବାହି ଦେଇ ।
ଖାଣ୍ଟି ଓଡିଆ ହୋଟେଲ ସାମ୍ନା
ଟାଟା ବେଞ୍ଜ ପରିସର
ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧




0 Comments