ଜୀବନର ସବୁ ସମ୍ପର୍କ କୁ
ଲିଭେଇ ସାରିବା ପରେ
ତଥାପି ହତାଶ ଲାଗେ
କାହିଁକି ଵନ୍ଚିଵାରେ ।
ସ୍ୱପ୍ନ ର ସବୁ ସୁଖ ତକ
ସାଉଁଟି ଆଣିଵା ପରେ
ନିରାଶ ଲାଗେ କାହିଁ
ଏଇ ବୁକୁ ତଳେ ।।
ଲକ୍ଷର ସବୁ ପାହାଚ
ଅତିକ୍ରମ କରିବା ପରେ
ତଥାପି ଶୂନ୍ୟ ରହିଗଲା
କେଉଁ ନିଭୃତ କୋଣରେ ।
ସବୁ ମାନପତ୍ର ପାଇଗଲା ପରେ
ଛାଡି ହୋଇଗଲା କିଛି
ତଥାପି ସମ୍ପର୍କ ଟେ ରହିଛି
ତୁମ ଅସ୍ଥାୟୀ ବାଟରେ ।।
ସଂଯୁକ୍ତା ପାଢୀ
କେସିଙ୍ଗା




0 Comments