ବିତୁଛି ଜୀବନ କାଲିର ସକାଳ ପରି ।।
ହୋଇ ପାରୁନାହିଁ ସତେଜ ତାରି ପରଶ ।
ମନେ ନାହିଁ ଉତ୍କଣ୍ଠା ଆଉ ଆକାଂକ୍ଷା ହରଷ ।।
ନବୀନ ପୁଲକ ନୂତନ ଆଶାକୁ ଧରି ।
ଉଭା ହୁଏ ଆଗେ ପ୍ରୀତିର ଆଞ୍ଜୁଳି ଭରି ।।
ତୃପ୍ତ ନାହିଁ ସେଇ ଅବଶୋଷ ମନେ ଆଜି ।
ଧରା ଦିଏ ସିଏ ସ୍ମୃତିର ବଇରୀ ସାଜି ।।
ବିଛିନ୍ନ ପଡ଼ିଛି ଆଜି ଏ ମନର ଆଶା ।
ମରୁଭୂମି ସ୍ଥଳେ ପାଣି ପାଇବାର ନିଶା ।।
ଅଜାଡ଼ି ହୋଇ ପଡ଼ିଛି ମୋ ମନେ ଦୁଃଖ ।
ବାନ୍ଧିଛି ମୁଁ ଆଶା ଟିକେ ପାଇବାକୁ ସୁଖ ।।
ଆସୁନାହିଁ କିଛି ବାର୍ତ୍ତା ସେ ମନକୁ କାହିଁ ।
ପ୍ରକାଶ କରିବି ଗାଥା ରହିଛି ମୁଁ ଚାହିଁ ।।
ମଧୁସ୍ମିତା ନାୟକ
ଟାଙ୍ଗୀ କଟକ




0 Comments