କବିର କବିତା - ରୀକ୍ଷିରାମ ମେହେର




କଵିର କବିତା ମନର ଭାବନା
         ଦୂର ଦର୍ଶିତାର ରୂପେଲି ପରଦା,
ଲେଖି ଦେଇ ଥାଏ କବିତା ଗଳ୍ପ
        ସଚେତନତା ପୁଣି ପୁରାଣ ଶିକ୍ଷା।୧।
ମଧୁର ଶବ୍ଦ ସଂଯୋଜନା ଉପହାର
          ଅନେକ ଶବ୍ଦକୁ ଗୁନ୍ଥି ମଳି ହାର,
ବନ ପାହାଡ଼ ଦୃଶ୍ୟମା ସ୍ମୃତି ଛବିକୁ
         ଲେଖିଦିଏ କଲମ କାଳି ଲେଖାର।୨।
କବିର ଭାବନା ଭଅଁର ସଦୃଶ୍ୟ
           ଗୁଣ ଗୁଣୁଗୁଣୁ ହୋଇ ଭାବି ଦିଏ,
କଲମ ମୁନିରେ ବହିରେ ସଜେଇ
          ପାଠକ ମନକୁ ଶୀଘ୍ର ମୋହି ନିଏ।୩।
କବିର କଲ୍ପନା କବିତା ଭାବପ୍ରବଣ
          ଆନନ୍ଦ ଉଦ୍ଧିପାନା ଯୋଗାଇ ଦିଏ,
ଲେଖୁ ଲେଖୁ କିଛି କବିର କବିତା
         ସଚେତନ ସଂସାରକୁ  ଦେଇ ଯାଏ।୪।
ଲେଖୁ ଲେଖୁ କିଛି କବିର ଭାବନା
        ନୀତିଶିକ୍ଷାର ଉକୃଷ୍ଟ ନୀତିଜ୍ଞାନ ହୁଏ,
କବିର ଭାବନା ନୀତି ପାଗଳ ପରିକା
     ଲେଖୁ ଲେଖୁ ମଧୁର ଗୀତ ହୋଇ ଯାଏ।୫।
ବୀଣାପାଣି କୃପା ଲେଖକ ଲେଖାରେ
        ସ୍ୱସମ୍ମାନେ ଆସନ ଗ୍ରହଣ କରିଯାଏ,
ସାରା ବିଶ୍ୱରେ କବିତାର ମହତ୍ଵ ଆଜି
         କବିର କବିତା ପାଇଁ ପାଗଳ ପରାଏ।୬।



ରୀକ୍ଷିରାମ ମେହେର, ସାନପୋଡାଗୁଡା,
ଦେବସେନ ସଂଯୁକ୍ତ ସଚିବ, କାଳାହାଣ୍ଡି,
Mobil no-7735946291

       

Post a Comment

0 Comments