ଆଜି ମୋ ପ୍ରିୟା ଆସୁଛି - ପବିତ୍ର ବେହେରା




ଫଗୁଣ ଫୁଲ ତୁ ବରଷି ଦେଏ
                    ଆଜି ମୋର ପ୍ରିୟା ଆସୁଛି ।
ବସନ୍ତ ମଳୟ ବହିଇ ଦେଏ
       ଆଜି ପ୍ରିୟା ମୋର ଭାରୀ ସୁନ୍ଦର ଦିଶୁଛି
କୋଇଲି ତୁ ଟିକିଏ ମିଠା ମିଠା ଗୀତ ତୁ ଗାଇଦେ
              ତୋ ମଧୁର ସ୍ଵରରେ ପ୍ରିୟା ମନକୁ ମହିଦେ
ମନ ମୋର ମହକି ଯାଉଛି
                            ଆଜି ମୋର ପ୍ରିୟା  ଆସୁଛି
ଏହି କଥା ଶୁଣିଦେଲା ପରେ 
                   ଅମାନିଆ ମନ ମୋର ଉଛୁଳି ପଡୁଛି
ଏହି ଖବର  ଶୁଣି ଦେଲା ପରେ
                   ଦେଖା କରିବାକୁ ମନ ମୋର ଚାହୁଁଛି
ଫୁଲ ଠାରୁ ନରମ ତାହାର କଅଁଳ ଶରୀର
                         ପରି ରାଇଜର ଅଟେ ସୁକୁମାର
ମନ ମୋର ଆଜି ହୃଦୟଙ୍ଗମ ହୋଇପଡ଼ିଛି
                                ଆଜି ମୋର ପ୍ରିୟା  ଆସୁଛି
ଫଗୁଣ ଫୁଲ ତୁ ବରଷି ଦେଏ
                           ଆଜି ମୋର ପ୍ରିୟା  ଆସୁଛି
ବସନ୍ତ ମଳୟ ବହିଇ ଦେଏ
                   ଆଜି ପ୍ରିୟା ମୋର ଭାରୀ ସୁନ୍ଦର ଦିଶୁଛି
ମୋର ପ୍ରିୟା ଠାରୁ ସୁନ୍ଦର କେହି ନଥିବେ ଦୁନିଆରେ
                      ବିଧାତା ଗଢିଛି ତାକୁ କେତେ ଯତ୍ନରେ
କିଏ ଦେଲା ମୋତେ ତାହା ପ୍ରେମର ଠିକଣା
                   ହୋଇଗଲି ମୁଁ ତାହା ପ୍ରେମରେ ବାଟବଣା
କରି ନେଇଛି ଘର ମୁଁ ତାହା ମନ ମନ୍ଦିରରେ
‌‌                    ସେ ହୋଇଯାଇଛି ମୋର ଅତି ଆପଣାର
ଏ ଆଖିରେ ସଜେଇଛି ସ୍ଵପ୍ନ ସୁନ୍ଦର 
                          ହୃଦୟ କରିବ ମୋର ମନର ମନ୍ଦିର
ତାହା ରୂପର ପୂଜାରୀ ସାଜିଛି
                                ଆଜି ମୋର ପ୍ରିୟା  ଆସୁଛି
ଫଗୁଣ ଫୁଲ ତୁ ବରଷି ଦେଏ
                           ଆଜି ମୋର ପ୍ରିୟା  ଆସୁଛି
ବସନ୍ତ ମଳୟ ବହିଇ ଦେଏ
                ଆଜି ପ୍ରିୟା ମୋର ଭାରୀ ସୁନ୍ଦର ଦିଶୁଛି ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨

Post a Comment

0 Comments