ଶିମିଳିପାଳର ମୃତ୍ୟୁ - ରଞ୍ଜିତ କୁମାର ସାହୁ



ରୂପେ ଅପରୂପା, ସୃଷ୍ଟିର ସ୍ଵରୁପା,

ଥିଲା ତା' ଲାଗି,  ଗର୍ବିତ  ମେଦିନୀ, 

କେମିତି ଜଳିଲା ଅଙ୍ଗାର ହୋଇଲା,

ଝରାଏ ଲୁହ ଉତ୍କଳ ଜନନୀ !


ନୀରବ ପଡିଛି ବିହଙ୍ଗ କାକଳି,

ମୃତ ବନେ ଲୁପ୍ତ ତା'  ପ୍ରତିଧ୍ଵନି,

କାହା ଲାଗି ହେଲା, ଅରଣ୍ୟ ବିଳାପେ ,

ନୀରବ, କଳିଙ୍ଗର ଜୟ ଧ୍ଵନି !


ଫେରେ ନାହିଁ କେବେ ଭସ୍ମୀଭୂତ ବନ, 

ହେଲେ ରୋପଣ, ସବୁଜିମା ଯେତେ,

ଫେରିବନି ରୂପ ଶିମିଳିପାଳର,

ଫେରୁ ଓଡ଼ିଶାର  ଗାରିମା ଯେତେ !


ରଞ୍ଜିତ କୁମାର ସାହୁ

ଯୁକ୍ତରାଷ୍ଟ୍ର ଆମେରିକା

Post a Comment

0 Comments