ଚିକି ଚିକି ଚକେଇ - ଅଜୟ କୁମାର ମହାନ୍ତି




ଚିକି ଚିକି ଚିକେଇ 
ଜଳ ଆମର ଅମୂଲ୍ୟ ଧନ 
ମନରୁ ଭୁଲନା କେହି।। 
ଚିକି ଚିକି ଚିକେଇ 
ଜଙ୍ଗଲ କାଟକୁ ବରଷା କମ 
ଜଳ ଅଭାବ ସେଇଥିପାଇଁ।। 
ଚିକି ଚିକି ଚିକେଇ 
ଭୂସ୍ତର ଯାଉଛି କମି 
ନଷ୍ଟ ନକର ଜଳ କେହି।। 
ଚିକି ଚିକି ଚିକେଇ 
ଦୂଷିତ ଜଳ ପାନ କରିଲେ 
ଅନେକ ବେମାରୀ ହୁଏ।। 
ଚିକି ଚିକି ଚିକେଇ 
ଖାଇବା ଆଗରୁ ସାବୁନରେ ହାତ 
ଧୋଇ ଶୁଦ୍ଧ ଜଳ ପିଅ ଯାଇ।। 
ଚିକି ଚିକି ଚକେଇ 
ଟ୍ୟାପ୍ ଯଦି ଖୋଲା ଥିବ ଯେ 
ତୁରନ୍ତ ବନ୍ଦ କରିବ ଯାଇ।। 
ଚିକି ଚିକି ଚିକେଇ 
ଜନ ସଚେତନ ନହେଲେ ଭାଇ 
ଦୁଃଖ ଯନ୍ତ୍ରଣା ପାଇବା ତହିଁ।। 
ଚିକି ଚିକି ଚକେଇ 
ବରଷା ଜଳକୁ ସଂରକ୍ଷଣ କର 
ଭବିଷ୍ୟତ ବ୍ୟବହାର ପାଇଁ।। 

ହରିପୁର, କବିରପୁର , ଯାଜପୁର 
9437564160

Post a Comment

0 Comments