ନାରୀ - ଅରୁଣ କୁମାର ପ୍ରଧାନୀ


ସୃଷ୍ଟି ସର୍ଜନାର ବିଚିତ୍ର ଏ ନୀତି
ନାରୀ କୁ ଯେ ସ୍ରଷ୍ଟା ସୃଷ୍ଟି କରିଛନ୍ତି
ଆରମ୍ଭରୁ ଶେଷ ଯେଉଁଠି ମୁ ଦେଖେ
ନାରୀ ଠୁ ସୁ ଶିକ୍ଷା ପ୍ରତି କ୍ଷଣେ ଦେଖେ
ନାରୀ ପାଇଁ ଘର ସୁନ୍ଦର ହୁଅଇ
ମାନ ସନମାନ ଦିଏ ସେ ବଢ଼ାଇ
ସକାଳରୁ ସଞ୍ଜ ଦିନ ଠାରୁ ରାତି
ସେବା ଭକତିରେ ଯିଏ ରହେ ମାତି
ତଥାପି ମିଳେନି ସୁ ବ୍ୟବହାର
ପରୁଷ ଜାଣେନି ବେଦନା ତାହାର
ନାରୀ ହୋଇ ସିଏ ଦୁଇ କୁଳ ହିତା
ନାରୀ ପାଇଁ ଗର୍ବ ଏ ଭାରତ ମାତା
ବିଶ୍ୱ ମହିଳା ଦିବସେ ନାରୀକୁ
ଦେବା ସନମାନ ଗୁଣ ଗାରିମାକୁ
ସଂସ୍କୃତି ସମ୍ପନ ଭାରତ ମାଟି ରେ
ନାରୀ ଜୟ ଧ୍ୱନି ଦେବା ଏକ ସ୍ଵରେ
ସାର୍ଥକ ହୋଇବ ମହିଳା ଦିବସ
ନାରୀ ମୁହେଁ ସଦା ଫୁଟୁ ଥିବ ହସ ।

ନର୍ଲା, କଳାହାଣ୍ଡି
ମୋ: ୯୦୭୮୩୪୩୫୯୦

Post a Comment

0 Comments