ଜନମ ହୋଇଛି ନାରୀ ଜାତି ଟିଏ ସାଜିବ ସେ ଜନ୍ମଦାତ୍ରୀ,
ସମ୍ମାନ ନଦେଇ ସେହି ନାରୀ ନାମେ ପାଳୁ କାହିଁ ନବରାତ୍ରୀ।
ଜନମ ତାହାରି ପର ଘରକୁ ଯେ ନାମ ତାର ହେଲା ଦୁହିତା,
ଦୁଇ କୁଳ ର ସେ ବୋଝ କୁ ସମ୍ଭାଳି ସାଜିଛି ଅପରାଜିତା।
ପାଇଥାଏ ସୁଖ ମାତୃଗର୍ଭେ ରହି ପାଦ ଥାପିଦେଲେ ଭୂମି ରେ,
ଝିଅ ବୋଲି ତାକୁ ଜାଣିଦେଲା ପରେ
ସୁଖ ଲିଭେ ମନ ଜୁଇ ରେ।
ନାରୀ ବୋଲି ତାର ସୁଖ ନାହିଁ ବୋଲି
ଭାବିଲ କେମିତି ମାନବେ,
ସେହି ନାରୀ ତତେ ଜନମ ଦେଇଛି ରଖି ତାର କ୍ଷୁଦ୍ର ଗରଭେ।
ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା
ନାରୀ ଅଟେ ନାମ ତାର,
ନାରୀ ର ଗରଭୁ ଜନମି ଆଜି ତୁ
କରୁ କାଇଁ ଅହଂକାର।
ନୁହଁ ସିଏ କାଚ କଣ୍ଢେଇ ଖେଳନା ସାଜିବ ସେ ଦିନେ ଜନନୀ,
ସାମାନ୍ୟ ଅର୍ଥରେ ବର୍ଣ୍ଣନା କରିଲେ
ନାରୀ ରୂପେ ସେ ନାରାୟଣୀ।
ଗଞ୍ଜାମ
ମୋ: ୭୭୫୧୮୬୨୧୬୩




1 Comments
ବହୁତ ସୁନ୍ଦର 👌
ReplyDelete