ନାରୀ ର ମମତା ଗୋଲାପ ଫୁଲ
ହୃଦୟ ସମୁଦ୍ର ପରି ।
ଗ୍ରୀଷ୍ମ ର ସିଏ ନିଘଞ୍ଚ କାନନ
ଶୀତ ରେ ଅଗ୍ନି ପରି ।।
ସ୍ତ୍ରୀ ଓ ଭଉଣୀ ମା ରୂପେ ସିଏ
ଥାଏ ପାଖେ ଆମର ।
ସବୁ ସମୟରେ ଅଂଶୀଦାର ହୁଏ
ଧନ୍ୟ ମହିମା ତାହାର ।।
ଘର ଅଗଣା ହସି ଉଠେ
ତା ର ସ୍ପର୍ଶ ପାଇ ।
ତା ହୃଦୟରେ ଯେତେ ଧର୍ଯ୍ୟ ଅଛି
ଆଉ କାହା ପାଖରେ ନାହିଁ ।।
ଘର କାମରେ ଦୁଃଖବେଳେ
ସବୁଠି ସିଏ ଆଗରେ ।
ଭାରି ଦୁଃଖ ଲାଗେ ଖାଇବାବେଳେ
ସମସ୍ତଙ୍କର ପଛରେ ।।
ହସି ହସି ସିଏ ହସ ବାଣ୍ଟୁ ଥାଏ
ନିଜ ଲୁହ କୁ ଘୋଡେଇ ।
ତା ଓଠ ହସ ସମସ୍ତେ ଦେଖନ୍ତି
ଦୁଃଖ ବୁଝନ୍ତିନି କେହି ।।
ଶୁଭ ମନାସଇ ପରିବାର ପାଇଁ
ନିଜ ପାଇଁ କିଛି ନାଇଁ ।
ସବୁବେଳେ କୁହେ ମୋ ପରିବାର
ଖୁସିରେ ରହିଲେ ଖୁସି ହେବି ମୁହିଁ ।।
ପ୍ରେମିକା ରୂପରେ ବାଟକୁ ଆଣେ
କଲେଜ ପଢ଼ା ପୁଅକୁ ।
ନିଶା ପାଣି ତାକୁ ଛଡେଇ ଦିଏ
ଧନ୍ୟ ତାର ଭଲ ଗୁଣକୁ ।।
ସୈନିକ ସାଜି ଦେଖେଇଦିଏ
ନାରୀ ତାର ବୀର ପଣକୁ ।
ବୁଝିବାକୁ କେହି ଚାଁହୁ ନାହାନ୍ତି
ନାରୀର ସେ ଶକ୍ତିକୁ ।।
ତା ଗୁଣ ର ଲେଖା କେବେ
ସରିବନି ଯଦି କିଏ ଲେଖିବେ ।
ତା କୁ ଆମେ କେମିତି
ସମ୍ମାନ ଦେବା ମନରେ ଟିକେ ଭାବିବେ ।।
ମାଝିସାହି, ବଘିଆପଡା, ବୋୖଦ୍ଧ
ମୋ: 9438710387




0 Comments