ମୁଁ ନାରୀଟିଏ ମୁଁ ମା ଟିଏ - ପୁଷ୍ପାଞ୍ଜଳି ପଣ୍ଡା


ମୁଁ ନାରୀ ଟିଏ,ମୁଁ ମା ଟିଏ
ଜନନୀ, ଭଗିନୀ, ଜାୟାଟିଏ
ରକ୍ତ ନିଗାଡି ଗଢ଼ି ତୋଳେ ନିଜ ଆତ୍ମା ଟିଏ
ରାତିରାତି ଆଖି ମେଲି ଜଗିବସେ ସେବାକରୁଥାଏ
ପ୍ରାର୍ଥନା ରେ ଲୁହଢାଳି ଓଦାକରେ 
ଈଶ୍ବରଙ୍କ ପାଦେ ମଥା ପିଟୁଥାଏ
ସଭିଙ୍କ ମଙ୍ଗଳ ମନାସୁଥାଏ।।
ବଦଳିଯାଏ ମୁଁ ସମୟ ସାଥିରେ ଧିରେଧିରେ
ଭାଈଭଉଣୀର ସଂପର୍କରେ ସ୍ନେହ ଢାଳିଦିଏ
ଭଉଣୀ ହେବା ,ଭାଇ ପଛେ ପଛେ 
ଦୌଡି ଯିବା,ପୁଣି ବଦଳି
ଆଉଜଣେ ହୋଇ ଠିଆ ହୁଏ।
ପୁରୁଷ ଆଖିରେ ପ୍ରେମିକା ସାଜି ମୁଁ
ଅନ୍ତର ଭିତରେ ବାଟ ଦିଏ
ଜହ୍ନ ତାରା ସହ ନଦୀ ସହ, 
କଥା ହେଇ ବହି ଯାଉଥାଏ,
ପ୍ରେମରେ, କୃଷ୍ଣ ଚୁଡାର ରଙ୍ଗ ମାଖିଦେଇ
ପ୍ରେମିକାରୁ ପତ୍ନୀ ପାଲଟିଲି
ଦେହ ଦେହାତୀତ ସଂପର୍କ  ନଈରେ 
ପଁହରି ମୁଁ କୂଳ ଖୋଜୁଥିଲି ।
ଆତ୍ମାର ଡାକରେ ହୋସ ମିଳିଲା ଯେବେ
ସେବେଠୁ ସେଇଠି ଠିଆ ମୁଁ ହୋଇଛି ତେବେ
ମା,ରୁ ଭଉଣୀ,ପ୍ରେମିକା ରୁ ପତ୍ନୀ
ଆଉ ଝିଅଟେ ହୋଇ ମୁଁ
ଏମିତି ବଦଳୁଛି
ଜୀବନରେ କେତେ ସୁଖର, ତ୍ୟାଗ ର
ସ୍ନେହ ର ପ୍ରେମର ରଙ୍ଗ ଭରିଦେଉଅଛି
ନାରୀ ଟିଏ ମୁଁ ଯେ ହୋଇଛି।।


ଷ୍ଟାଟିଷ୍ଟିକାଲ୍ ଅଫିସର
ଯାଜପୁର

Post a Comment

0 Comments