ପୁରୁଷ ରମଣୀ ବିବାହ କରନ୍ତି
ଦାମ୍ପତ୍ୟ ଜୀବନ ପାଇଁ
ଟୋପାଏ ସିନ୍ଦୂର ଦୁଇ ପଟ ଶଙ୍ଖା
ପ୍ରେମ ବନ୍ଧନରେ ରହି l୧l
ସୁହାଗିନୀ ହୁଏ ଶଙ୍ଖା ସିଂଦୂରରେ
ପୂଣ୍ୟ ବତୀ ହୋଇ ଥାଏ
କୁଳ ବଧୂ ସାଜେ ଶଶୁର ଘରରେ
ସଂସ୍କୃତିକୁ ଭଲ ପାଏ l୨l
ବିବାହିତା ନାରୀ ଶଙ୍ଖା ସିଦୂରକୁ
ପ୍ରାଣ ଭରି ଭଲ ପାଏ
ସୀମନ୍ତ ସେ ଭରେ ସ୍ନାନ ଶୌଚ ସାରି
ତୁଳସୀରେ ପାଣି ଦିଏ l୩l
ସୀମନ୍ତ ସିନ୍ଦୂର ଝଟକୁ ଥାଏ ତ
ରେଖା ହୋଇ ସୀମନ୍ତର
ଗୁରୁ ଜନ ମାନେ ଆଶୀର୍ବାଦ ଦ୍ୟ'ନ୍ତି
ମଙ୍ଗଳ ହେଉ ତୁମର l୪l
ନାରୀର ଗାରିମା ତା ଶଙ୍ଖା ସିନ୍ଦୂର
ସେତ ନୁହେଁ ଅଳଙ୍କାର
ସ୍ୱାମୀର ଆୟୁଷ ଦୀର୍ଘ ଜୀବି ହେଉ
ଏହି କାମନା ତାହାର l୫l
ସମାଜରେ ନାରୀ ଶିର ଟେକି ଚାଲେ
ତା ଶଙ୍ଖା ସିଂଦୂର ପାଇଁ
ରାଜ ରାଣୀ ହୁଏ ତା ପ୍ରେମ ମନ୍ଦିରେ
ପୂଜା ଫୁଲ ସ୍ୱାମୀ ପାଇଁ l୬l
ସବୁ ଶୁଭ କମେ ତା ଶଙ୍ଖା ସିନ୍ଦୂର
ହୋଇଥାଏ ଚିର ସାଖୀ
ଯାହାର କପାଳେ ସିନ୍ଦୂର ନ ଥାଏ
ସେ ହୁଅଇ ଚିର ଦୁଃଖୀ l୭l
ତୁମ ହାତରୁ ମୁଁ ସିନ୍ଦୂର ପିନ୍ଧିଲି
ଝିଅରୁ ବହୂ ହୋଇଲି
ସବୁ ଜନ୍ମ ପାଇଁ ତୁମର ମୁଁ ହେଲି
ଜୀବନ ଧନ୍ୟ କରିଲି l୮l
ସୁଖ ଦୁଃଖରେ ମୁଁ ତୁମ ସାଥେ ରହି
ସହ ଭଗି ହେଉ ଥିବି
ନାଲି ପlଟ ଶାଢ଼ୀ ସୀମନ୍ତ ସିଂଦୂରେ
ପୂଣ୍ୟ ବତୀ ବୁଲାଇବି l୯l
ତୁମେ ମୋ ସିନ୍ଦୂର ତୁମେ ମୋ ଗହଣା
ତୁମେ ମୋର ପ୍ରିୟ ସାଥି
ସଧବା ନାରୀର ପରିଚୟ ନେଇ
ସ୍ଵର୍ଗରେ ପାଇବି ଶାନ୍ତି l୧୦l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର




0 Comments