ମୁଇଁ ନେତା ହେମି - ତପନ କୁମାର ସାହୁ



ମୁଇଁ ନେତାହେମି 
ଦୁନିଆ ଯାକର ଟକା ପଏସା 
ଚୂରେଇ ଲୁକେଇ ଖାଏମି 
ଚାଏର ଚକିଆ ଗାଡି ଧରି 
ଏସି ଘରେ ରହେମି 
ମୁଇଁ ନେତା ହେମି ll

ଦିନକୁ ଗୁଟେ ଯୋଜନା କରି 
ସବକୁ ଭକୁଆ ବନାମି 
ଭୋଟବେଳେ ଜୁହାର ମୁଡ଼ିଆ 
ସରଲେ ଲାତ ବିଧା ମାରାମି 
ଥରେ ଇଥର ମୁଇ ଘାଏଁ
ମୁଇଁ ନେତା ହେମି  ll

ଯିଏ ମଲେ କାଏଁ ଯଉଛେ 
ମର ପେଟ ପୁରୁ 
ଠକି ଭଣି ଖିଆ ମୁଇଁ 
ହେମି ରାଜନୀତିର ଗୁରୁ 
ପିଲାଛୁଆ  ପଢବେ ବିଦେଶେ 
ଘର ହେବା ମୋର ବଙ୍ଗଳା 
ଘିଛି ଘିଛି ଗରିବ ଦୁଖିକେ 
ଭିକାରି ବନାମି 
ଇଥର ମୁଇ ନେତା ହେମି ll

ହେଲିକେପ୍ଟରେ ଉଡି ବୁଲମି 
ଉଡ଼ାଜାହାଯେ ବସମି 
ଦେଶ ବିଦେଶ ର ଚଷମା ଘଣ୍ଟା ଘିନମି 
ଘରୁ କିଏ ଦଉଛେ ପଏସା 
ମୋର ଲାଗି ସବୁ ଫ୍ରି 
ଧନ ବଢବା ମାନ ବଢ଼ବା 
ହେମି ପଧାନ ମନ୍ତ୍ରୀ
ମୁଇ ଏକା ରଜା  ଇନ 
ସଭେଁ ଇନ ମୋର ଚମଚା 
ଠକି ଭଣି ସବୁଧନ 
ମୋର ଭଣାର  ଘରେ ଭରମି 
ମୁଇଁ ନେତା ହେମି   ll

      ତପନ କୁମାର ସାହୁ 
          ଟକାରୁମାଲ 
           କଳାହାଣ୍ଡି

Post a Comment

0 Comments