ଭାରତ୍ ଦେଶର୍ ନାରୀ - ଚନ୍ଦନ ସାହୁ




ମାନ୍ ଅଭିମାନ୍ ନେଇଁନ ମର୍ 
ମୁଇଁ ଭାରତ୍ ଦେଶର୍ ନାରୀ ,
ପତି ସେବା କରି କରି ମର୍
ଦିନ୍ ଜାଏସି ସରି ।

ସବ୍ କର୍ ଖୁସିନ ନିଜର ଖୁସି କେ
ଦେଇ ଦେସିଁ ମୁଇଁ ହାରି ,
ତଥାପି ମନକେ ଦୁଃଖ ନେଇଁ କରେ 
ସବୁକେ ଦେସିଁ ପାସରି ।

ଜନମ୍ ହେବାର୍ ଆଗରୁ ମତେ 
କାଏଁଯେ ଦଉଛ ମାରି ,
କାଏଁଟା ଅବା ତମର୍ ଖିଅତି ହଉଛେ
ମତେ ଜନମ ଦେଇ କରି ।

ଅବଳା ନେଇଁସେ କି ଦୁର୍ବଳା ନେଇଁସେ
ମୁଇଁ ସେ ପୁରାଣ୍ ଯୁଗର୍ ନାରୀ ।
ମର୍ ଲାଗି ବଲି ରାବଣ୍ , ଦୁଃଶାସନ୍ ଆରୁ
ମହିଷାସୁର୍ ଗଲା ମରି ।
ମୁଇଁ ଆଏଁ ସେ ଭାରତ୍ ଦେଶର୍ ନାରୀ ,
ମୁଇଁ ଆଏଁ ସେ ଭାରତ୍ ଦେଶର୍ ନାରୀ ।



ହାତିଖୋଜ ( ବେଲସା ପଡ଼ା )
କଳାହାଣ୍ଡି , ଓଡିଶା

Post a Comment

1 Comments