ଆନ୍ତର୍ଜାତୀୟ ମହିଳା ଦିବସ
ହେଉଅଛି ଆଜି ପାଳନ
ନାରୀଟିଏ ହୋଇ ଜନମ ଲଭିଛି
ଧନ୍ୟ ସତରେ ମୋ ଜୀବନ !
ମୋ ଆଖି ଆଗରେ ଚିତ୍କାର କରିକି
କାନ୍ଦିଥିଲା ଦିନେ ପରୀ
ସବୁ ଶୁଣି ଆଜି ଦିବସ ପାଳୁଛି
ଯେହେତୁ ମୁଁ ଜଣେ ନାରୀ ।
ଅକାଳରେ ଦିନେ ଝରି ଯାଇଥିଲା
ନିରୀହ ଝିଅ ବେବିନା
ସଭା ମଞ୍ଚେ ଆଜି ଭାଷଣ ଦିଏ ମୁଁ
ଆଉ କେଉଁ ଝିଅ କାନ୍ଦନା ।
ଆଖିରେ ଦେଖିଛି ପ୍ରିୟଙ୍କା ରେଡ୍ଡୀର
ଅର୍ଦ୍ଧ ଦଗ୍ଧ ସେ ଶରୀର
ଅପରାଧୀ କିଛି ଫାଶୀ ପାଇଗଲେ
ଫେରିଲା କି ପ୍ରାଣ ତା"ର ?
ନିର୍ଭୟା, ଇତିଶ୍ରୀ ବଞ୍ଚିଥିଲେ କିବା
କରିଥାନ୍ତେ ଜାଗରଣ ?
ମୋ ପରି ଖାଲି ଆଜିର ଦିନକୁ
କରିଥାନ୍ତେ ଯା' ପାଳନ ।
କାଲି ସହୁଥିଲି ଆଜି ବି ସହୁଛି
ମୁହେଁ ମାଖି ମିଛ ହସ
ବୃଥା ପ୍ରହସନେ ତଥାପି ବଞ୍ଚିଛି
ପିଇ ହଳାହଳ ବିଷ ।।
ବାଙ୍କୀ, କଟକ




0 Comments