ଯୁଗେ ଯୁଗେ ବନ୍ଦନୀୟା ନାରୀ - ପ୍ରଣତି ମହାପାତ୍ର


ଏହି ମରତରେ ଆମ ଭାରତରେ

ନାରୀ ନାରାୟଣୀ ବନ୍ଦନୀୟା,

ପବିତ୍ର ଧାମରେ ଜନ୍ମଲାଭ କରି

ସଦା ମାଆ ରୂପେ ପୂଜନୀୟା।


କନ୍ୟା ସେ ଭଗିନୀ ଜାୟା ସେ ଜନନୀ

ମହାଲକ୍ଷ୍ମୀ ସ୍ଵରୁପିଣୀ,

ସ୍ନେହ ମମତାର ମନ୍ଦାକିନୀ ଧାରା

ଗରିୟାନ ସେ ଧରଣୀ।


ରାଣୀ ଲକ୍ଷ୍ମୀବାଇ ତାନ୍ତିଆ ଟୋପେ

ମଦର ଟେରେସା ନାମେ,

ତୁଳସୀ ମୁଣ୍ଡା ପି.ଟି. ଉଷା ଦୂତିଚାନ୍ଦ

ନନ୍ଦିନୀ ଶତପଥି ଏ ଧାମେ।


ମାଆ ବନ୍ଦନୀୟା ପୂଜା ପାଉଛନ୍ତି

ସମଲେଶ୍ବରୀ ରୂପରେ,

କାଳୀ,ଚର୍ଚ୍ଚିକା,ବିରଜା, କଟକଚଣ୍ଡୀ

ଭୂଧାରଚଣ୍ଡୀ ଧରାରେ।


ନାରୀ ମହନୀୟା ,ନାରୀ ସର୍ବଂସହା

ନାରୀ ଦୁର୍ଗା, ସଂହାରିଣୀ,

ନାରୀ ପାଦତଳେ ପ୍ରଣତି ଢାଳେ ମୁଁ

ଦୁହିତା ତୁ ମା ଜନନୀ।


କେବଳ ଗୋଟିଏ ଦିବସ ନୁହେଁ ମାଆ

ସର୍ବଦା ମାଆ ପୂଜିତା,

ମାଆର ଆଶିଷ ମଥାପରେ ଥିଲେ

ସନ୍ତାନ ଜଗତଜିତା।


ବାଲେଶ୍ବର

Post a Comment

1 Comments

  1. ବହୁତ ବହୁତ ଧନ୍ୟବାଦ ଜଣାଉଛି ପତ୍ରିକାର ସମ୍ପାଦକ ତଥା କର୍ମକର୍ତ୍ତାଙ୍କୁ

    ReplyDelete