ପବିତ୍ର ଧରାର ନାରୀ ପ୍ରତିବିମ୍ବ
ସୃଷ୍ଟିର ଆଧାର ସିଏ,
ଜୀବନ ଆଧାନ ହୁଏ ତାର ମଧ୍ୟେ
ସଂସାର ନିୟମ ଇଏ ।
ସମ୍ପର୍କ ଜୁଇରେ ଜଳି ଜଳି ନାରୀ
ଝରାଏ ଅମୃତ ଧାରା,
ସହନଶୀଳତା ର ଶ୍ରେଷ୍ଠ ନିଦର୍ଶନ
ଅଟଳ ସେ ବିଶ୍ବମ୍ଭରା ।
ଜନନୀ ଭଗିନୀ ଜାୟା ସେ ନନ୍ଦିନୀ
ପରିବାର ବର୍ଣ୍ଣମାଳା
ସଂସାର ରଥର ଅଟଇ ସାରଥି
ଘର ତାର ପାଠଶାଳା ।
ନାରୀ ନାରାୟଣୀ ବହୁରୂପା ପୁଣି
ପ୍ରେମ କରୁଣାର ମନ୍ତ୍ର,
ପୁରୁଷ ଜୀବନେ ପ୍ରୟୋଜନ ତାର
ଇଶ୍ଵର ପ୍ରଦତ୍ତ ସୁତ୍ର ।
ପାକଶାଳା ଠାରୁ ଚନ୍ଦ୍ର ପୃଷ୍ଠ ଯାଏ
ମହକିତ ନାରୀ ଯଶ ,
ପୁରାଣ ଯୁଗରୁ ଆଧୁନିକ ଯୁଗ
ସଭିଏଁ ହୁଅନ୍ତି ବଶ ।।
Qr no - E/114
ସେକ୍ଟର-9, ରାଉରକେଲା




0 Comments