ସୃଷ୍ଟିର ଯେ ସ୍ରଷ୍ଟା ରଚିଲେ ସଂସାର
ମନୁଷ୍ୟକୁ ଦେଇ ଜ୍ଞାନ
ସମାଜର ହିତ ପାଇଁ ସେ ଅର୍ପିଲେ
କବିଙ୍କୁ ଯେ ଦିବ୍ୟ ଜ୍ଞାନ ।
କବିଙ୍କର ଦୃଷ୍ଟି ଅଟଇ ଅନନ୍ୟ
ସାଧାରଣ ଜନ ଠାରୁ
ସୃଷ୍ଟି କରିଥାନ୍ତି କବିତାର ଧାରା
ନିଜସ୍ବ ଲିଖନୀରୁ ।
କବିର କବିତ୍ୱ କେ କଳି ପାରିବ
ନାହିଁ ଯେ ତାଙ୍କ ବିକଳ୍ପ
ବିଶ୍ୱ ଜନତାକୁ ସଚେତନ ପାଇଁ
ସଦା କରଇ ସଂକଳ୍ପ ।
ଚିର ବନ୍ଦନୀୟ ଚିର ସ୍ମରଣୀୟ
କବିକୁଳ କାଳେ କାଳେ
ଜଗତ ଜନଙ୍କ କଲ୍ୟାଣ ପାଇଁ କି
ଲେଖନୀର ସ୍ରୋତ ଚାଲେ ।
କବିର ମନରେ ଉପାଧିର ଲୋଭ
କେବେ ବି ସଂଚରେ ନାହିଁ
ସେନେହ ଶରଧା ଭଲପାଇବା ତ
ବଡ ଉପାଧି ତା ପାଇଁ ।
ସ୍ୱଳ୍ପ ବିଦ୍ୟାପ୍ରାପ୍ତ ହଳଧର ନାଗ
ରଚିଲେ ଅନେକ କାବ୍ୟ
ପଦ୍ମଶ୍ରୀ ଉପାଧି ପାଇଁ କି ନଥିଲା
ମନ ମଧ୍ୟେ ତାଙ୍କ ଲୋଭ,
କବିର ଲେଖାକୁ କିଣିପାରେ ନାହିଁ
ଉପାଧି ଓ ମାନପତ୍ର
ବୀଣାପାଣିଙ୍କର ବରପୁତ୍ର କବି
ପୂଜା ପାଏ ସେ ସର୍ବତ୍ର ।।
ଭବାନୀପାଟଣା,କଳାହାଣ୍ଡି




0 Comments