ନାରୀ - ଅଧ୍ୟାପକ ସମର ବଲ୍ଲଭ ଭୋଇ



ନାରୀ ହିଁ ସକଳ ଶକ୍ତିର ମୁଳାଧାର
ସ୍ନେହ ମାୟା ମମତାର ଏକ ମନ୍ଦିର
କେବେ ସେ ଉଗ୍ର କେବେ ସେ ଉଦାର
ମାୟା ବନ୍ଧନେ ବାନ୍ଧିଥାଏ ସାରା ସଂସାର।।

ସ୍ନେହ କରୁଣାର ର ଏକ ମୁଖ୍ୟ ଆକର୍ଷଣ
ମାୟା ମମତା ପ୍ରେମ ବନ୍ଧନ ର କାରଣ
ସଂମ୍ପର୍କ ଗଠନର  ଚିରନ୍ତନ ଉଦାହରଣ
ଦୁଃଖ ସୁଖ ମାନ ମନ ର ନିବାରଣ।।

ମାତୃତ୍ଵର ପରିଚୟ ନାରୀ ଶକ୍ତିର ଆଧାର
ସଂସାର ଡଙ୍ଗାରେ ବିଶ୍ବାସର କାତଧର
ନାରୀ ସର୍ବଂସହା ସବୁ କରୁଥାଏ ବିଚାର
ସମତୁଲ ମନଭାବେ ଗଠନ କରେ ସମାଜର।।

ପାରାବାର ରୁ ଗଗନ ପର୍ଯ୍ୟନ୍ତ ପରିବ୍ୟାପ୍ତ
ଅମାପ ଆସକ୍ତି ର ଏକ ଜୀବନ୍ତ ପରିବୃତ୍ତ
ସବୁ ମଣିଷଙ୍କ ପାଇଁ ଆତ୍ମବିଶ୍ବାସର ପରିତୃପ୍ତ
ହୃଦୟେ ଭରିଥାଏ କୋମଳ ବିଶ୍ବାସ ଶତ।।

ନାରୀ ତ ଯୁଗେ ଯୁଗେ ପୂଜନୀୟା
ମଣିଷର ଭିନ୍ନତା ପାଇଁ ନାରୀଟିଏ 
ସମାଜରେ ନପାଏ ତାର ସୁରକ୍ଷା
ଆମେ ବଦଳିଲେ ନାରୀ ହେବେ ପୂଣ୍ୟତୋୟା।।


ପଢୁଆଁପଦା, ବାଲେଶ୍ବର-୭୫୬୦୦୧
୯୯୩୭୧୨୨୭୧୭
 

Post a Comment

0 Comments