ସୁଖଦୁଃଖର ନଈଟିଏ।
ମୋ ବିନା ସଂସାରର
ଅସମ୍ଭବ ପରିକଳ୍ପନା
ତଥାପି ତ ସହିଥାଏ
ସୀମାହିନ ଅସଂଖ୍ୟ ଛଳନା।
ଯୁଗେ ଯୁଗେ ମୁହିଁ ନିର୍ଯାତିତା
ଅବଳା ଦୁର୍ବଳା ମୁଁ ନିଷ୍ପେସିତା
ଏହାହିଁ ମୋର ପରିଚୟ ଟିଏ
ନାରୀ ଟିଏ ମୁଁ ନାରୀଟିଏ ।।
ମୁଁ ନିର୍ଭୟା କୁନ୍ଦୁଳି ପୀଡିତା
ଛାଡିଦିଏ ଲୁହ ଲହୁଟିଏ
ଝରିଯାଏ ଝରାଫୁଲଟିଏ
ନାରୀ ଟିଏ ମୁଁ ନାରୀଟିଏ ।।
ସମୟ ଆସିବ ଲୋକ ବି ଦେଖିବ
ନୂଆଁ ସୂର୍ଯ୍ୟ ଟିଏ ଉଇଁବ
ଝାନ୍ସି ରାଣୀର ରୂପ ନେଇ
ଫୁଟାଇବି ନୂଆଁ ଫୁଳଟିଏ
ନାରୀଟିଏ ମୁଁ ନାରୀଟିଏ।।
ବାଉଲସିଂହା, ଭଟଲି, ବରଗଡ
9337828808




0 Comments