କାଗଜ ଫୁଲ - ସଂଗୀତା ମୋହନ ଗହିର


କାଶ୍ ! କାଗଜ ଫୁଲ ଟିଏ ପାଲଟି ଯାଆନ୍ତି
କାହାରି ଗଭାରେ ନ'ହେଲେ ନାହିଁ
ମନ୍ଦିର ଭିତରେ ନ'ହେଲେ ନାହିଁ
ନିତି ଫୁଟି ନିତି ମଉଳି ଯାଆନ୍ତି
କାଶ୍ ! କାଗଜ ଫୁଲ ଟିଏ ପାଲଟି ଯାଆନ୍ତି
ମଶାଣି ଯୁଇରେ ନ'ହେଲେ ନାହିଁ
ଗଳାର ହାର ପୁଣି ନ'ହେଲେ ନାହିଁ
ନିଜ ପାଇଁ ମୁଁ ଯେ ନିଜେ ବଞ୍ଚନ୍ତି
କାହାରି ସ୍ପର୍ଶ ପାଇଁ ଆଉ ଝୁରି ନ' ହୁଅନ୍ତି.....।।


ଭବାନୀପାଟଣା
କଳାହାଣ୍ଡି

ମୋ- 9337009810

Post a Comment

0 Comments