ଶ୍ରମିକ - ବିଶ୍ବନାଥ ଭୁଏ


ଶ୍ରମିକର ଜୀବନଟା
କର୍ମେ ବିତଇ ରାତିଦିନ
ସତେ ପରିଶ୍ରମ ଜିନିଷଟା
ତା' ସ୍ଥାନେ ଦୃଶ୍ୟମାନ....!
ଭୋକର ଖାଲିଜାଗାଟା
କରିବା ପାଇଁ ସିଏ ପୂରଣ
କର୍ମରେ କେବେ ହାରେ ନାହିଁ
ଶ୍ରମିକର ଏଇତ ଗୁଣ....!
ଗରିବର ନଈସ୍ରୋତରେ
ଭାସୁଥିବା ନଉକାଟିଏ
ପରିବାର ତା' ଚଲାଇବାରେ
ପରିଶ୍ରମ ତା' ନାଉରୀଟିଏ....!
ସ୍ବପ୍ନ କେତେ ସାଉଁଟି ଦେଇ
ସତ୍ଯତା ଆଣେ ତା'ରି ବଳେ
ଆନନ୍ଦ ସ୍ବରରେ ଗାଇବା ପାଇଁ
ସଦା ରହିଥାଏ କର୍ମର କୋଳେ....!
ଝାଳବୁହା ଧନ ଅର୍ଜନ କରି ସେ
ହସ ଭରିଦିଏ ତା' ପରିବାରେ
ପରିଶ୍ରମ ସଦା ତା'ରି ବ୍ରତ
ପାଳିଥାଏ ସତେ କେଡ଼େ ଯତନରେ.....!

 

କେଶାଇପାଲି, ଭଟଲି
ଜିଲ୍ଲା - ବରଗଡ଼, ମୋ-୯୬୬୮୮୭୮୫୮୮

Post a Comment

0 Comments