ଖୋଳା ଆକାଶରେ
ମେଘ ମାଳାରେ
ମଳୟର ପରଶରେ
ପ୍ରିୟା ର ଆଲିଙ୍ଗନ ରେ
ଶବ୍ଦର ଝରେ ମୁକୁତା
ଆପେ ହୋଇଯାଏ
କବିତା ଓ କବିତା।
ଦୁଃଖରେ ସୁଖରେ
ପ୍ରେମରେ ପ୍ରଣୟରେ
ମିଳନ ବିରହରେ
ଛାଇ ହୋଇଯାଏ
ଭାବନାର ସ୍ପତଃସ୍ଫୁର୍ତ୍ତଦୀପର
ଅଜସ୍ର ସଳିତା
ଲେଖି ହୋଇଯାଏ
କବିତା ଓ କବିତା।।
ମୋ ଅଜାଣତରେ
କେତେ ଯେ ଶବ୍ଦ ଗୁଡାକ
ମନକୁ ଖୁମ୍ପି ଖାମ୍ପି
ଭାବନାକୁ ଝାଡି ଦିଅନ୍ତି
ଜାଣିପାରେନି ସେ ଯେ
କେତେବେଳେ ହୁଏ
କବିତା ଓ କବିତା।।
ମନ ଗହନ କାନ୍ଭାସରେ
ଆଙ୍କୁ ଆଙ୍କୁ ଆଙ୍କି ଦିଏ
ସୁନ୍ଦର ଚିତ୍ରଟିଏ
ସେ ଚିତ୍ର ଚିତ୍ର ନୁହେଁ
ସେ ଏକ କବିତା ଟିଏ।
ବାଉଲସିଂହା, ଭଟଲି, ବରଗଡ଼




0 Comments