ଅପରିଚିତାର ଚିଠି
ଖଣ୍ଡେ ଚିଠି ପାଇଲି
ନାମହୀନ ସଂଜ୍ଞାହୀନ
କିଏ ସେ ? ମୁଁ ବି ଜାଣିନି
ହେଲେ ସେ ଚିଠି ଖଣ୍ଡିକ
ପଢିଲା ପରେ
ଅହେତୁକ ଭାବନା ଜଗିଉଠିଲା
ମୋ ଜୀବ ଇନ୍ଦ୍ରିୟରେ
କାହିଁକି ? କେଜାଣି
କେଇଟା ଶବ୍ଦ ପାଇଁ
ମୁଁ ହଜିଯାଇଥିଲି
ସେ ଚିଠିର ଅନ୍ତରାଳରେ
ସୁନା ହରିଣୀ ମାୟାରେ ।
ସେ ଚିଠିରେ ଲେଖାଥିବା
କେଇଟା ପଦକୁ
ସଯତ୍ନେ ରଖି ମୁଁ
ସେ ଚିଠିକୁ କେବଳ
ପଢେ ଥରକୁ ଥର
ଯେତେଥର ପଢିଲେ ବି
ସେ ଲାଗୁଥାଏ
ଆହୁରି ନିଜର ନିଜର
ସଂଜ୍ଞାହୀନ ନାମହୀନ
କେଉଁ ନାୟିକାର ଚିଠିଟିଏ
ସତେ ଯେପରି ମନେ ହେଉଥାଏ
ସେ ତ ଥିଲା ଅପରିଚିତା ର ସ୍ମୃତିଟିଏ ।




0 Comments