କବିତା ପ୍ରତି - ଶାଶ୍ୱତୀ ବେହେରା

 


ଲୋ କବିତା !

ଜାଣୁ କି ତୋର ମହତ କେତେ

କବି ମନେ ଉଠେ ଜୁଆର ଯେତେ, 

ଯେତକ ସ୍ୱପ୍ନ ରହିଥାଏ ତାର ନୟନ ତଳେ,

କଲମ ମୂନ ରୁ ଢାଳିଦିଏ ସବୁ କାଗଜ କୋଳେ। 

ଗଢିଉଠେ ତହିଁ ତୋ କଳେବର। 

ତୁ ଭାବର ଗନ୍ତାଘର। 


କବି ହୃଦୟର ଗଭୀରତାର ପରିସୀମା ତୁ, 

ରସିକ ପାଠକ ମନ ରାଇଜର ରାଜଜେମା ତୁ। 

ସୁନ୍ଦରୀ ବାମାର ଚାରୁ ନୟନର କାଳିମାରେ ତୁ, 

ଅସୀମ ଅନନ୍ତ ନୀଳ ଆକାଶର ନୀଳିମାରେ ତୁ। 

ପ୍ରତି କୋଣେ କୋଣେ ରସିକ ଖୋଜେ ସତ୍ତା ତୋର। 

ତୁ ଯେ ଏତେ ସୁନ୍ଦର ! 


ଜୀବନର କେତେ ଅକୁହା କଥା, 

କେତେ ଯେ ଆନନ୍ଦ କେତେ ଯେ ବ୍ୟଥା 

ଝଲସି ଉଠେ ପଂକ୍ତିରେ ତୋର 

ସତରେ, ତୁ ଭାରି ଆପଣାର।


ଜିଲ୍ଲା - କଳାହାଣ୍ଡି

Post a Comment

0 Comments