ହେ ଚନ୍ଦନ,
ମୁଁ ନିଶ୍ଚୟ ମୂର୍ଚ୍ଛିତା
ତୁମ ମୂର୍ହୁ ମୂର୍ହୁ ବାସରେ
କାହିଁକି ମହକ ତୁମେ
ମୋ ଅନାବନା ଲଟାର
କଣ୍ଟାଵଣରେ ।।
ତୁମ ମହକରେ
ଦେବ ହୁଏ ତୋଷ
ଦେବୀ ହୋଇଯାଏ ପ୍ରୀତ
ମୁଁ ଚାହିଁଲେ ବି
ଶୁଙ୍ଘି ପାରେନି
ହୁଏ ଖାଲି ଛଟପଟ ।
କହିବି କହିବି ଏଥରକ ବୋଲି
ସଵୁଥର ଯାଏ ଚାଲି
କହିତ ପାରେନି
କେବେ ବି ତ କାହିଁ
ପୁଣି ଆସିଯାଏ କାଲି ।
ଏମିତି ମୋ ନିଶ୍ୱାସ
ସରିଯିବା ଯାଏ
ଝୁରି ହେଉଥିଵି ଖାଲି
ଅନ୍ତରେ ଆପଣା ଛାଏଁ ।
ହୁଏତ,ଏ ଜନ୍ମରେ
ନ ହେଲା ତ ନାହିଁ
ଆଉ ଏକ ଜନ୍ମରେ
ନିଶ୍ଚେ ମହକିଵି ତୁମ ପାଖେ
ତୁଳସୀ ରୂପରେ ।।
ସଂଯୁକ୍ତା ପାଢୀ
କେସିଙ୍ଗା ।।




0 Comments