ସରସ୍ବତୀ ମହାମାୟେ ବିଦ୍ୟେ କମଳଲୋଚନୀ,
ବିଶ୍ବମୂର୍ତ୍ତୀ ବିଶାଳାକ୍ଷୀ ବିଦ୍ୟାଂଦେହୀ ନମଃସ୍ତୁତେ ।।
ବିମୋହିନୀ ବିଣାପାଣି
ବିମୋହିନୀ ବିଣାପାଣି
ମଂଗଳକାରିଣୀ
ବିଶ୍ବ ରୂପା ଶ୍ବେତାମ୍ବରୀ
ବିଷ୍ଣୁକଂ ଘରଣୀ ।।
ବାଣୀରୂପା ଗ୍ରନ୍ଥ ହସ୍ତା
ହୁଅ ପ୍ରକଟିତା
ଶୁଭଦାୟୀ ମହାମାୟୀ
ମାଗୋ ଦେବସ୍ମିତା ।।
ଶୁଭ୍ର ମରାଳ ବାହିନୀ
ଜିହ୍ବାଗ୍ର ବାସିନୀ
ପ୍ରଣମାମି ଜନନୀ ଗୋ
ଘେନ ମୋ ଦାୟିନୀ ।।
ଆରାଧ୍ୟା ପ୍ରଜ୍ଞା ରୂପିଣୀ
ଭକତ ବତ୍ସଳା
କୃପାବଳେ ପୂର୍ଣହେଉ
ସର୍ବଜ୍ଞାନ ଜ୍ବାଳା ।।
କର୍ଣ୍ଣକୁଣ୍ଡଳ ଭୂଷିତା
ପରମ ଈଶ୍ବରୀ
ଧରାଧାମେ ବୁଣିଦିଅ
ଜ୍ଞାନ ଅସୁମାରୀ ।।
ସତ୍ୟ ବ୍ରହ୍ମ ସ୍ବରୂପିଣୀ
ଏତିକି ମୋ ଅଳି
ଭକ୍ତି ଭରେ ସମର୍ପୁଛି
ଘେନ ପୁଷ୍ପାଞ୍ଜଳି ।।
ବଂଧହୁଡା
ନରସିଂହପୁର, କଟକ
ମୋ: 9853824789




0 Comments