ଆଜି ରମେଶ ର କଲେଜ ରେ ପରୀକ୍ଷା l ତେଣୁ ନିତ୍ୟକର୍ମ ସମାପ୍ତ ପରେ କିଛି ଖାଇସାରି ସାଇକେଲ ଧରି କଲେଜ ଅଭିମୁଖେ ବାହାରିଲା l କଲେଜ ରମେଶ ର ଘରରୁ ପ୍ରାୟ 25 କି. ମି l
ଜଙ୍ଗଲ ରାସ୍ତା l
ଆଖପାଖ ଅଞ୍ଚଳରେ କୌଣସି କଲେଜନାହିଁ ତେଣୁ ମାଟ୍ରିକ ପାସ ପରେ ଅଧିକାଂଶ ଛାତ୍ରଛାତ୍ରୀ ଗାଁ ଗହଳିର ସେଠିହିଁ ଡୋରି ବାନ୍ଧନ୍ତି କିଛି ପିଲା ଯାହାଙ୍କ ପାଖରେ ସାଇକେଲ ଅଛି ସେମାନେ ମିଶିକରି କଲେଜ ପଢ଼ିବାକୁ ଯାନ୍ତି l ସେମାନଙ୍କ ଭିତରୁ ରମେଶ ଜଣେ l
ରମେଶ ଘର ର ଆର୍ଥିକ ସ୍ଥିତି ଭଲନ ଥିଲେ ମଧ୍ୟ ତା ମାଆ ରମେଶ କୁ ପାଠପଢ଼ିବା ପାଇଁ କୌଣସି ହେଳା କରିନାହାନ୍ତି l ରମେଶ ର ବାପା ସଡକ ଦୁର୍ଘଟଣା ରେ ପ୍ରାଣ ହରେଇଲା ପରେ
ରମେଶ ଓ ତା ମାଆ କୁ ନେଇ ସଂସାର l
କୁହାଯାଏ ରମେଶ ର ବାପା ବହୁତ ଭଲଥିଲେ l ତାଙ୍କ ଅନ୍ୟକୁ ସାହାଯ୍ୟ କରିବା ଚିନ୍ତାଧାରା ସମସ୍ତଙ୍କ ପାଖରେ ସ୍ୱତନ୍ତ୍ର କରି ଗଢ଼ି ତୋଳିଥିଲା l କିନ୍ତୁ ଦିନେ ରାସ୍ତାରେ ଗୋଟିଏ ଖେଳୁଥିବା ଛୋଟ ଛୁଆକୁ ବଞ୍ଚେଇବାକୁ ଯାଇ ସଡକ ଦୁର୍ଘଟଣା ରେ ମୃତ୍ୟୁବରଣ କଲେ l
ତାହାଙ୍କ ପୁଅ ରମେଶ l ତେଣୁ ବାପା ଓ ମାଆ ଙ୍କ ସଂସ୍କାର ପ୍ରତିଫଳନ ତାହାର ଆଚରଣ ରୁ ବାରିହୋଇପଡ଼େ l
ପରୀକ୍ଷା ପାଇଁ ସାଇକେଲ ରେ ଯାଉଛି I ପ୍ରାୟ 10 କି.ମି ଗଲାପରେ ତାହାର ସାଇକେଲ ଚକରେ କଣ୍ଟାଟେ ପଶି ପଞ୍ଚର ହୋଇଗଲା l ପରୀକ୍ଷା ଦଶଟା ସମୟରେ ଆରମ୍ଭ ହେବ l ଆଉ ପାଞ୍ଚ କିମି ଗଲେ ସାଇକେଲ ସଜାଡ଼ିବା ପାଇଁ ଦୋକାନ ଅଛି l ସମୟ ହାତରେ ଏବେ ମାତ୍ର ଦେଢ଼ଘଣ୍ଟା l
ଆଉ ମୁଖ୍ୟକଥା ହେଲା ସେ ଯାଉଥିବା ରାସ୍ତାରେ ଦଶଟା ପରେ ହିଁ ଗୋଟିଏ ବସ ଯିବାଆସିବା କରେ I ତେଣୁ ରମେଶ ମନରେ ଚିନ୍ତା କେମିତି ଆଗକୁ ଯାଇ ସାଇକେଲ ସଜେଇ ପରୀକ୍ଷା ପାଇଁ କଲେଜରେ ଠିକ ସମୟ ପୂର୍ବରୁ ପହଞ୍ଚିଯିବ l କୌଣସି ଲିଫ୍ଟ ଯଦି ମିଳନ୍ତା ଭଲ ହୁଅନ୍ତା !
ସାଇକେଲ ଠେଲିଠେଲି ଗଲାବେଳେ ପଛପଟୁ ଦେଖିଲା ଗୋଟିଏ କାର ଆସୁଛି I ସେ କାରକୁ ହାତମାରି ଅଟକେଇବା ପାଇଁ ଇଶାରା ଦେଲା l
କାର ଅଟକିବା ପରେ ରମେଶ କହିଲା :- ଆଜ୍ଞା, ମୋତେ ଟିକେ
ଆଗକୁ ଟିକିଏ ନିଅନ୍ତୁ l ଆଜି କଲେଜ ର ମୋର ପରୀକ୍ଷା ଆଉ ଆରମ୍ଭ ହେବାକୁ ଘଣ୍ଟାଏ ମାତ୍ର ସମୟ ଅଛି l
କାର ଡ୍ରାଇଭର ବସିଥିବା ମାଲିକ କୁ ଦେଖିଲେ କିନ୍ତୁ ମାଲିକ ଆଖିର ଇସାରାରେ କାର ନ ରଖି ଆଗକୁ ବଢ଼ିବାକୁ ନିର୍ଦ୍ଧେଶଦେଲେ l କାର ଆଗକୁ ବଢିଚାଲିଲା l
ରମେଶ ଦୁଃଖିତ ମନରେ ସାଇକେଲ ଠେଲିଠେଲି ଆଗକୁ ବଢିଚାଲିଲା l
ଏମିତି ସାଇକେଲ ଠେଲିଠେଲି ପ୍ରାୟ ପାଞ୍ଚ କିମି ଗଲାପରେ ବାଟରେ ସେହି ସାଇକେଲ ମରାମତି ଦୋକାନଟି ପଡ଼ିଲା l ସାଇକେଲ କୁ ମେକାନିକ ଅଳ୍ପ ସମୟପରେ ସଜାଡ଼ିଦେଲେ l
ରମେଶ ପରୀକ୍ଷା ଦେବା ପାଇଁ ସାଇକେଲ ଚଢ଼ି ଆଗକୁ ଆଗେଇ ଚାଲିଲା l
ପ୍ରାୟ ଆହୁରି ଅଧା କି.ମି ଗଲାପରେ ଦେଖିଲା l
ଏ କଣ ! ! !
ଆଉ ତାକୁ ଛାଡ଼ି ଆଗକୁ ଆସିଥିବା କାରଟି ଓଲଟି ପଡିଛି l କାରର ମାଲିକ ରକ୍ତରେ ଜୁଡୁବୁଡୁ I ଡ୍ରାଇଭର ର ସେତେ କ୍ଷତି ହୋଇନାହିଁ l ସାହାଯ୍ୟ ପାଇଁ ଚାରିଆଡ଼କୁ ଦେଖୁଛି l ହେଲେ ଯେହେତୁ ଜଙ୍ଗଲୀ ରାସ୍ତା ତେଣୁ ସାହାଯ୍ୟ ପାଇବାର ଆଶା ବହୁତ କମ l ଡ୍ରାଇଭର ର ପାଖରେ ମୋବାଇଲ ଫୋନ ଥିଲେ ମଧ୍ୟ ଘଞ୍ଚ ଜଙ୍ଗଲ ଏରିଆ ହେତୁ
ଫୋନ ଯିବା କିମ୍ବା ଆସିବା ସମ୍ଭବ ନୁହେଁ l
ରମେଶ ଦୁର୍ଘଟଣାଗ୍ରସ୍ତ କାର ପାଖରେ ପହଞ୍ଚିଲା ପରେ ତାହାକୁ ଘଟଣା ସମ୍ପର୍କରେ ଆଉ କିଛି ଅଛପା ରହିଲାନାହିଁ I ସାଙ୍ଗେ
ସାଙ୍ଗେ ଡ୍ରାଇଭର କୁ କହିଲା :- ଭାଇ ! ସାର କୁ ଆଗ ଛକ
ପର୍ଯ୍ୟନ୍ତ ନେଇଯିବା l ଆଗକୁ ଗଲେ ଚାରିଛକ ପଡୁଛି ନିଶ୍ଚୟ ସାହାଯ୍ୟ ପାଇପାରିବା l ତାଙ୍କ ବହୁତ ରକ୍ତ ବୋହିଲାଣି, ଡେରି କରନି l
ମୁଁ ସାଇକେଲ ଚଳାଉଛି ତୁମେ ସାରଙ୍କୁ ଧର l
ଧୀରେଧୀରେ ଆଗକୁ ନେବା l ଆଉ ପ୍ରାୟ ଅଧା କି.ମି ରାସ୍ତା ଅଛି l
ଓଃ ! ରମେଶ ପାଖରେ ମାତ୍ର ଅଧଘଣ୍ଟା ର ସମୟ l ପରୀକ୍ଷା ଆରମ୍ଭ ହେବାକୁ l
କଣ କରିବ ?
ତା ସମ୍ମୁଖ ରେ ଜଣେ ବ୍ୟକ୍ତି ର ଜୀବନ ମରଣ ର ପ୍ରଶ୍ନ ! ! !
ପ୍ରାୟ 15 ମିନିଟ ପରେ ସେମାନେ ଚାରିଛକ ରାସ୍ତା ରେ ପହଞ୍ଚିଲେ l ସେଠି ରମେଶ ଓ କାର ର ଡ୍ରାଇଭର ସହାୟତା ପାଇଁ ଅପେକ୍ଷା କରିଥାନ୍ତି I
ହଟାତ ଗୋଟିଏ କାର ସେଆଡକୁ ଆସୁଥିବାର ଦେଖାଗଲା l
ରମେଶ ହାତ ମାରିଲା l କାରଟି ଅଟକିବା ପରେ ଦୁର୍ଘଟଣା ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କଲା l
କାର ରେ ଦୁଇଜଣ ବ୍ୟକ୍ତି ଥାନ୍ତି l ଲାଗୁଥାଏ ସେମାନେ ନିଶ୍ଚୟ
ବଡ଼ ପଦବିଧାରୀ ସରକାରୀ ଚାକିରିଆ କିମ୍ବା ଧନୀ ବ୍ୟକ୍ତି ହୋଇଥିବେ l
ସେମାନେ କାର ଅଟକେଇ ରକ୍ତଜୁଡୁବୁଡୁ ଲୋକଟିକୁ କାରଭିତରେ ରଖିବାକୁ କହିଲେ l
ସେମାନେ ଭିତରୁ ଜଣେ କହିଲା :- ଆରେ ପୁଅ ! ତୁ କଲେଜ ପଢ଼ୁଥିବା ପିଲାପରି ଲାଗୁଛୁ I ତୋ ଧଳାସାର୍ଟ ରେ ସାରା ରକ୍ତ ଲାଗିଲାନି l
ରମେଶ କହିଲା :- ଆଜ୍ଞା, ମୋର ଏ ବର୍ଷ +3 ଶେଷ ବର୍ଷ l ଆଜି ଫାଇନାଲ ଇୟର ପରୀକ୍ଷା ଥିଲା l 10.00 ଟାରେ ପରୀକ୍ଷା ଅଛି l ଏଠୁ ଦଶ କି.ମି ଆଉ ଆମ କଲେଜ l ପାଖରେ 25 ମିନିଟ ! !
ଆପଣ ଏ ସାରଙ୍କୁ ହସ୍ପିଟାଲ ନେଇଯାନ୍ତୁ ବହୁତ ଭଲ ହେବ l "
ଏ କଥା ଶୁଣି ସେହି ଦୁଇଜଣ ବ୍ୟକ୍ତି ମଧ୍ୟରୁ ଜଣେ ବ୍ୟକ୍ତି ଟିକିଏ ହସି କହିଲେ :-
" ପୁଅ, ଚିନ୍ତା କରନା l ମୋ ବାପା କହୁଥିଲେ ଯିଏ ଅନ୍ୟର ସର୍ବଦା ଭଲ ଚିନ୍ତାକରିଥାଏ ସେପରି ଚିନ୍ତାଧାରା ବ୍ୟକ୍ତିର ସଦା ଭଲ ହିଁ ହୋଇଥାଏ l"
ଆମେ କଲେଜ ପରୀକ୍ଷା ପାଇଁ ବୋର୍ଡ଼ ତରଫରୁ ସ୍କ୍ୱାର୍ଡ ହିସାବରେ ଆଜି ଆସିଛୁ l ଚାଲ ପୁଅ l
କଲେଜରେ ତୋତେ ଛାଡିଦେବୁ ଆଉ ଏହି ଆଘାତପ୍ରାପ୍ତ ଏହି ଲୋକଙ୍କୁ ହସ୍ପିଟାଲ ରେ ଆଡମିଟ କରିସାରିଲାପରେ ଆମେ କଲେଜକୁ ଆସିବୁ l
ବାସ ଆଉ କି ଚିନ୍ତା ?
ଅଳ୍ପ ସମୟପରେ ରମେଶଙ୍କୁ କଲେଜ ପାଖରେ ଛାଡ଼ିଦେଇ ହସ୍ପିଟାଲ ଅଭିମୁଖେ କାର ଦ୍ରୁତଗତିରେ ଆଗେଇଚାଲିଲା l
ଆଉ ରମେଶ ଖୁସି ମନରେ ଆଡମିଟ କାର୍ଡ ଧରି କଲେଜ ହତା ଭିତରକୁ ପ୍ରବେଶ କଲା l
ରମେଶଙ୍କୁ ମନେପଡୁଥାଏ ହାଇସ୍କୁଲ ସମୟରେ ଇଂରାଜୀ ସାର ସେହି କହିଥିବା କଥା :-God helps those you who help themselves.
"ଆତ୍ମନିର୍ଭର ଯେଉଁ ବ୍ୟକ୍ତି, ଇଶ୍ୱରଠାରୁ ପାଏ ଶକ୍ତି l"
ସହକାରୀ ଶିକ୍ଷକ,
ସରକାରୀ ଉଚ୍ଚ ବିଦ୍ୟାଳୟ,
ମୋହନଗିରି(କଳାହାଣ୍ଡି)/
ପୂର୍ବତନ ସହକାରୀ ଶିକ୍ଷକ,
ନେସନାଲ ହାଇସ୍କୁଲ ନୂଆପଡା(ନୂଆପଡ଼ା)
ମୋ: 8018393533




0 Comments