ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ - ଆହ୍ଲାଦିନୀ ପାଣିଗ୍ରାହୀ ଦାଶ

 


ଅନ୍ଧାର ଚିରି ଉଇଁଛି ଦେଖ ନବ ସମ୍ଭାବନା ସୂର୍ଯ୍ୟ

ସୁନେଲି କିରଣ ଝରାଇ ଝରାଇ ହସୁଛି ପୂର୍ବ ଦିଗ

ନୂଆଁ ସକାଳର ନବୀନ ଆଲୋକେ ନିଜକୁ ଚିହ୍ନିବା ଆସ

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ।।୧ାା


ଦୂର୍ଗା ଙ୍କ ଶକ୍ତି ସରସ୍ଵତୀ ଧନ ହୃଦୟେ ରହିଛି ଆମ୍ଭ

ତଥାପି କାହିଁକି ଆଜି ବି ନାରୀ ହେଉଅଛି ନିର୍ଯ୍ୟାତିତ

ସର୍ବଂସହା ଉପାଧି ର ଲୋଭ

 ଦେଖାଇ ଏଇ ସମାଜ 

ଅଗ୍ନି ପରିକ୍ଷାା ନିଏ ପୁଣି କେବେ ଦିଏ ପାଷାଣୀ ରୂପ

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ।।୨ାା


ସହିବାନି ଆଉ କ୍ରୁର ନିର୍ଯ୍ୟାତନା ସହିବାନି ଅପମାନ

କଷଣ ସହିବା ପାଇଁ କି କିଆଁଗୋ, ନେଇଅଛୁଁ ନାରୀଜନ୍ମ

ତ୍ରସ୍ତ ନ ହୋଇ ଦୀପ୍ତ ସ୍ବର ରେ ରଖ ନିଜ ସମ୍ଭାଷଣ

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ।।୩ାା


ଭୁଲି ଯାଇଛୁ କି ଏଇ ଦେଶ ପରା ଲକ୍ଷ୍ମୀ ବାଈ ଙ୍କ ଦେଶ

ପବନ କୁ ଯିଏ ପବନେ ଉଡାଇ ଧରିଲେ ଯୋଦ୍ଧା ବେଶ

ବାଦଲ୍ ପୃଷ୍ଠରେ ବସି କେବେ ପୁଣି ଗର୍ଜିଲେ ଧରି ଖଡଗ

ପୃଷ୍ଠଦେଶ ରେ ପୁତ୍ର କୁ ଧରି ରଣଭୂମେ ଅଗ୍ରସର

ସେଇ ମହିୟସୀ ନାରୀଦେଶେ ଜନ୍ମି ଆମର କାହିଁକି ଭୟ

ଅବଳା, ଦୂର୍ବଳା କହିବାକୁ ଟିକେ ଦୂନିଆଁ କୁ ଲାଗୁ ଲାଜ

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ।।୪ାା


ଦୂର୍ଗା ବତୀ ରାଣୀ ସେ ବୀରା ରମଣୀ ମରି ବି ଆଜି ଅମର

ଆମପରି ନାରୀ ଇନ୍ଦିରା ଗାନ୍ଧୀ ବୋହିଲେ ଶାସନ ଭାର

ଏପରି ଦେଶ ରେ ଜନ୍ମ ଲଭିବି ନାରୀ ନୁହେଁ ସୁରକ୍ଷିତ

ତଥାପି ନିର୍ଭୟା, କୁନ୍ଦୁଲି କାଣ୍ଡ କାହିଁକି ଘଟୁଛି କୁହ

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ାା୫ାା


ସୁଧୁରି ଯାଅ, ସୁଧୁରି ଯାଅ, ସୁଧୁରି ଯାଅ ସମାଜ

ନାରୀ ବିନା କେବେ ସୃଷ୍ଟି ସର୍ଜନା ହୋଇ ପାରିଛି କି କୁହ ?

ଦିନ ଟେ ଆସିବ ନିଶ୍ଚେ ଆସିବ ଜାଗିବ ନାରୀ ସମାଜ

ବସୁଧା କମ୍ପିବ, ଆକାଶ ଥରିବ, ସୃଷ୍ଟି ହେବ ଥରହର

ଲକ୍ଷ୍ମୀ ରୁପରୁ ନାରୀ ଯେବେ ନେବ ମହାକାଳୀ ଅବତାର

ଜାଗ ହେ ନାରୀ ଜାଗ ସୁପ୍ତ ନାରୀ ଜାଗ ାା୬ାା



ସଇଁନ୍ତଲା, ବଲାଙ୍ଗୀର 

ମୋ- 8917580890.

Post a Comment

0 Comments