ଜାଗର ରାତି - ସଂଗୀତା ମୋହନ ଗହିର



ଆସିଛି ପୁଣି ଆଜି ଜାଗର ରାତି 
ଶମ୍ଭୁ ଦୂର କରିବେ ଏ ଜଗତୁ ପାପର ତାତି ।।

ନାଗକୁ କରିଛ ପ୍ରଭୁ ଗଳାର ହାର 
ଏଥର ନିଶ୍ଚୟ ହେବ ଦୁଃଖି'ଙ୍କ ସନ୍ତାପ ଦୂର ।।

ଥରେ ଆସି ଦେଖ ଏ ମହିମଣ୍ଡଳ "ଦେବ"
ତୁମେ ହିଁ ନ୍ୟାୟ ଅନ୍ୟାୟର ବିଚାର କରିବ ।।

ଲୋଭି ,ଅଂହକାରୀ, ଅନ୍ୟାୟୀ 
ମାନଙ୍କ ବୋଝରେ ମହି ।।

କେବେଠାରୁ ଭାରୀ ହୋଇଗଲାଣି 
ଏ'ସବୁ ସହି ।।

ସମୟ ଆସିଛି ପ୍ରଭୁ ତ୍ରୀନେତ୍ର ଖୋଲ
କଷ୍ଟ ସବୁ ଲାଘବ ହୋଇ ଜଗତେ ରହନ୍ତୁ ସଭିଏଁ ଭଲ

ପାପୀଙ୍କ ଦୌରାତ୍ମ୍ୟ ଏଠି ନିତି ପାଉଛି ବୃଦ୍ଧି 
ସଂସାରକୁ ରକ୍ଷା କର ସଂହାରକର୍ତ୍ତା ସାଜି ।।

ତେବେ ଯାଇଁ ଜଗତ ଉଦ୍ଧାର ହେବ
ମାଛ୍,ପାପ ସବୁ ଗଙ୍ଗାରେ ଭାସିତ ଯିବ ।।

ତୁମେ ହିଁ ପ୍ରଭୁ ସତ୍ୟ,ଶିବ,ସୁନ୍ଦର 
ସର୍ବଦା ରହୁ ଧରା ଉପରେ ଆଶିଷ ତୁମର  ।।


ଭବାନୀପାଟଣା
କଳାହାଣ୍ଡି
 
 

Post a Comment

0 Comments