ନାରୀ - ମୋନାଲିସା ପ୍ରଧାନ


ନାରୀ କେବେ ସିଏ ଜାୟା, ଜନନୀ ପୁଣି କେବେ ସିଏ ଭଗିନୀ | କେବେ ସିଏ ଅଳି ଅର୍ଦ୍ଦଲି କରି ମମତା ର ଛାଇ ତଳେ ସାଜିଥାଏ ବାପା ମା ଙ୍କର  ଅଲି ଅଳି କନ୍ୟା  ତ ପୁଣି କେବେ ସିଏ ସବୁ ସ୍ନେହ ମମତା କୁ ସବୁଦିନ ପାଇଁ ଛାଡ଼ି ନିଜର କରିଥାଏ ଗୋଟେ ଅଜଣା ଘରକୁ  ଓ ଗଢେ ସିଏ ସେଇ ଘରକୁ ନିଜର ସ୍ନେହ ମମତା ଦେଇ | ସେଇଠି ପାଇଁ ତ ନାରୀ କୁ କୁହାଯାଏ  ଚିର ପୂଜନୀୟା| ସେଇ ଅଜଣା ଘରକୁ ମନ୍ଦିର କରି ଗଢିବାରେ ସେ ହଜେଇ ଦେଇଥାଏ ନିଜକୁ |ମନକୁ ପବିତ୍ର ଓ ନିର୍ମଳ କରି ସ୍ନେହ ଶ୍ରଦ୍ଧା ଦେଇ ନିଜର କରିଥାଏ ସଭିଙ୍କୁ | ତା ଜୀବନରେ ଏମିତି ଦିନ ମଧ୍ୟ ଆସିଥାଏ ଯେତେବେଳେ କି ସେଇ କାଳ ବୈଶାଖୀ ର ଅମାନିଆ ଝଡ ତାକୁ ଭାଙ୍ଗି ଦେଇଥାଏ ତା ପରେ ବି ସେ ଧୈଯ୍ୟ ଧରି ବଂଚିବା ର ସ୍ବପ୍ନ ଦେଖିଥାଏ | ବାରମ୍ବାର ହାରି ମଧ୍ୟ ଜିତିବାର ସ୍ବପ୍ନ ତା ଆଖିରେ ଥାଏ |ଜୀବନ ର ପ୍ରତିଟି ମୁହୂର୍ତ ତା ପାଇଁ ଥାଏ ଗୋଟେ ନୂଆ ସମ୍ଭାବନା ର ମୁହୂର୍ତ | ଓ ସେ ଭାବେ ପ୍ରତିଟି କାଳରାତ୍ରି ପରେ ଗୋଟେ ସୁନ୍ଦର ସକାଳ ଆସିଥାଏ | ପ୍ରତିଟି ଦିନ ଯେତେବେଳେ ସେ ସକାଳୁ ଉଠି ତୁଳସୀ ଚଉଁରା ମୂଳେ ପାଣି ଦିଏ ସେ ଠାକୁର ଙ୍କୁ ଧନ୍ୟବାଦ ଜଣେଇଥାଏ ତାର ନାରୀ ଜନ୍ମ ପାଇଁ | ଏଇ ସୁଖ ଦୁଃଖ ର ସଂସାର ଭିତରେ ସେ ଦେଖେ ନାହିଁ ଜେ ତାକୁ କିଏ କେତେ ବୁଝୁଚି  ବରଂ ସେ ସବୁବେଳେ ଚାହେ ନିସ୍ଵାର୍ଥପର ଭାବରେ ସମସ୍ତଙ୍କର ସେବା ଓ ନିଜର କର୍ତବ୍ୟ କରିବା ପାଇଁ | ଓ କେବେ ଦରକାର ପଡିଲେ ବାହାରକୁ ଗୋଡ କାଢି ସେ ଦେଖେଇ ଦେଇଥାଏ ତାର ସତ୍ତା କୁ | ସେଇଠି ପାଇଁ ତା ନାରୀ କୁ କୁହାଯାଏ ଜେ ସେ ଜାଳି ପରେ ଆଉ ଜଳି ବି ପାରେ | ଏହି ଭଳି ସୁଖ ଦୁଃଖ ଭିତରେ ସେ ଜୀବନ ପଥରେ ଆଗେଇ ଚାଲିଥାଏ |ସମସ୍ତଙ୍କ ଜୀବନରେ ସେ ଆଣିଥାଏ ପୂର୍ଣ୍ଣତା ସେଇଥିପାଇଁ ତ ନାରୀ ର ଅନ୍ୟ ନାମ ସମ୍ପୂର୍ଣ| |       ସର୍ବପଲ୍ଲୀ ରାଧାକୃଷ୍ଣ ନାରୀ କୁ ନେଇ କହିଛନ୍ତି ଯେ ଗୋଟେ ସର୍ବଗୁଣ ସମ୍ପର୍ଣ ନାରୀ ପାଖରେ ଏହି ଗୁଣ ଥିବା ଦରକାର ------- ଜିଜ| ବାଇ ର ସାହାସିକତା 

                                  ଯଶୋଦା ର ବତ୍ସାଲ୍ୟ ମମତା 

                                   କୌଶଲ୍ୟାର ଧୈର୍ଯ୍ୟ 

                                   ଭୁବନେଶ୍ୱରୀର ଜ୍ଞାନ ଗାରିମା 

ଯେତେବେଳେ ନାରୀ ଏ ସମସ୍ତ ଗୁଣର ଅଧିକାରୀ ହେଇଯିବ ସେତେବେଳେ ଖାଲି ପରିବାରରେ ନୁହେ ସାରା ବିଶ୍ୱ ରେ ସେ ସମପୁରଣା ର ପରିଚୟ ପାଇବ |                                       

                                                                                          ଶ୍ରୀ ସାଇ ଚରଣରେ ସମର୍ପିତ 

 ମୋନାଲିସା ପ୍ରଧାନ

ପୁନେ, ମହାରାଷ୍ଟ୍ର

Post a Comment

0 Comments