ସ୍ବପ୍ନ ନାୟିକାର ଅକୁହା ବେଦନା- ବିଶ୍ବଜିତା ବରାଳ




ତୁମର ସେ ସ୍ମିତହାସ୍ୟ ,
ଚୋରା ଚାହାଣିରେ
ଭରିଥିଲା କେତେ ମାଦକତା,
ଭୁଲିହୁଏ ନାହିଁ ପାଷାଣୀ ଦେହରେ
ଆଖିପତା ଝୁରେ ସ୍ମୃତି ଗାଥା ।।

ମନ ହୁଏ ଛୁଇଁବାକୁ,
କହିବାକୁ ଖୋଲି
ପାଷାଣୀର ଅକୁହା ବେଦନା,
ରକ୍ଷଣଶୀଳ ସମାଜେ
 ଡରିମରେ ଖାଲି
ଝୁରେ ରାଧା ବିରହିଣୀ ସିନା ।।

ତୁମେ ଆଉ ମୋହନ ମୂରଲି


ଜମା ବଜାଅନା
ଲକ୍ଷ୍ମଣ ଟାଣିଛି ଗାର,
ନିଂଦା, ଅପବାଦ, ଭର୍ତ୍ସନା
ଆଉ ମୁଁ ସହି ପାରେନା ।।

କେମିତି କହିବି ତୋତେ
ତୋ ପ୍ରେମ ମରୁ ବାଲିରେ ଚଲାଅନା ଜମା ଆଉ ମୋତେ...
ସରମରେ ଯାଏ ଜଳି
କଂଚା ଦେହ ଯାଏ ସିଝୀ
 ଅତୀତ ଆଇନା …. ।।
ଚାରିକାନ୍ଥ ଦେଲ କିଳି
ତମେ ମୋ ସାମ୍ନାକୁ ଆସନା 
ହିମାନଳେ ଜଳିଯାଏ
ତନୁମନ ସ୍ନିଗ୍ଧା ଲାଳନା ।।

            

Post a Comment

0 Comments