ଶୂନ୍ୟତାର
ଏଇ ଆକାଶ ତଳେ
ଧୂଆଁର ଏକ ଧରଣୀ
ତାହାରି ଉପରେ
କାଠ ପରେ କାଠ ଖଞ୍ଜାଯାଏ
ସତ୍ୟତାର ରୂପ ରେଖ ଭିତରେ
ଆଉ ଦୁଇ ଶୂନ୍ୟ ହସ୍ତ
ବତାଇ ଦିଏ
ତା ଜୀବନର ଜିଅନ୍ତା ଇତିହାସକୁ
ଖାଲି ଖାଲି
ସବୁ ଖାଲି ର ଉତ୍କୃଷ୍ଟତାକୁ ......ll
ଏଇ ମଶାଣି ଭୂଇଁ ଉପରେ
ସେହି ଜୁଇର ନିଆଁ ଶିଖା
ଆଉ ଖେଞ୍ଚଣା ବାଡ଼ିର କୁଟିଳତାରେ
ପରିଚିତ ଅଲୋଡ଼ା ଦେହ
ତାର ଅସ୍ତିତ୍ବ ହରାଏ
ବିଲୁପ୍ତ ହୁଏ
ଏ ଜଡ଼ ଜଗତରୁ ........
ଖାଲି ହାତରେ ବିଦାୟ ନେଇ ...
ଆଉ ମଶାଣି
ରହିଥାଏ ସାକ୍ଷୀ ଟିଏ ହୋଇ
ପାଉଁଶର ପାଞ୍ଜିରେ
ଗୋଟି ଗୋଟି ପଞ୍ଜିକରଣ ନେଇ ...ll
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର




0 Comments