ମନର ଦରଜା ଫାଙ୍କରୁ
ତୁ ଧୀରେ ଧୀରେ ଚାଲିଆସୁ
ପବନର ଦୋଳନରେ ଆନ୍ଦୋଳିତ ହେଇ
ସମୟର ତରଙ୍ଗରେ ତରଙ୍ଗାୟିତ ହୋଇ
ସତେକି କୁଣିଆଁ ଟେ ସାଜି ...
ଭାବନାର କାନଭାସରେ ଛୁଟିଆସୁ
ନୂତନ ବାର୍ତାର ସନ୍ଦେଶ ନେଇ
ଆଉ ପୁଣି ଫେରି ଯାଉ ଦୂର ଦିଗବଳୟକୁ
ଋତୁର ଚକ୍ର ପରିବର୍ତ୍ତନ ପରି......
ଜୀବନରେ ଆସୁ ସମୁଦ୍ରର
ଉଞ୍ଚ ଲହଡି ଆସିଲା ପରି
ଆଉ ନିମିଷକରେ ଚାଲିଯାଉ
ଦୁଃଖର ଲହରୀକୁ ଖେଳେଇ ଦେଇ
ଜୀବନକୁ ବିଷାଦିତ କରିଦେଇ .....
ସମସ୍ତଙ୍କର ଅଭିଳାଶୀ ତୁ
ହେଲେ ତୁ କାହାର ନୋହୁଁ
ତୁ କ୍ଷ୍ୟଣିକ ପାଇଁ ଚାଲିଆସୁ
ମୁଖେ ହସ ଭରିବା ପାଇଁ
ଆଉ ଚାଲିଯାଉ ତତେ ତିଳ ତିଳ କରି
ଝୁରି ହେଉଥିବା ପାଇଁ ......
କେତେବେଳେ ତୁ କାହାପାଇଁ
ବରଦାନ ସାଜୁ ତ
ପୁଣି କାହାପାଇଁ ସାଜୁ
ଅଭିଶାପ ରେ ଭରା ବେଢ଼ିଟେ ହୋଇ …..
ସଭିଙ୍କ ପାଇଁ ତୁ ଅଟୁ ଯେ
ନିହାତି ଜରୁରୀ ବସ୍ତୁଟେ
ଧନୀକ ଠାରୁ ଦିନହୀନ ତତେ
ଖୋଜନ୍ତି କରିବାକୁ ନିଜର ବନ୍ଧୁଟେ ।।
ଦୀପକ କୁମାର ପାତ୍ର




0 Comments