ଫଗୁଣ ଫେରିଲା ଫୁଲ ନେଇ ସାଥେ
ବସନ୍ତ ବି ଗଲା ଋଷି
ମୃତ୍ୟୁ ଋତୁ ଏବେ ମରତକୁ ଆସି
ରହି ଅଛି ଏବେ ବସି ।
କାଳର କରାଳେ ଅଧର୍ମ ବଢିଲା
ଧରଣୀ ହେଲା କ୍ଷତାକ୍ତ
କୁରୁକ୍ଷେତ୍ର ସମ ଶବ ଆଜି କୁଢ
ସବୁଠି ଆଜି ରକ୍ତାତ ।
ନାହିଁ ରାମ ନାମ ସତ୍ଯ ବୋଲି ଡାକ
ରଖ ଦଶଦିଗ ପାଳ
ଗୋଟାଏ ଜୁଇରେ ଶହ ଶହ ଶବ
ବାଧ୍ୟ ବାଧକରେ ଜାଳ ।
ପୁତ୍ରର ଶବକୁ ପିତା ଛୁଇଁବନି
ସଂକ୍ରମଣ ଭୟ ଅଛି
ପୁତ୍ର କାନ୍ଧେ ଆଜି ଯାଏ ନାହିଁ ପିତା
କେଡେ ର୍ଦୁଭାଗ୍ଯ ଆସିଛି ।
ନାହିଁ ଅସ୍ଥି ଖଣ୍ତ ସମାଧି ମନ୍ଦିର
ହେଉ ନାହିଁ ସୁଧ କ୍ରିୟା
ବନ୍ଧୁ ପରିଜନ ନାହିଁ ଆଜି ଭିଡ
ଆହାତ ସବୁରି ହିଆ ।
ଚାରି ଆଡେ ଆଜି କୁଢ କୁଢ ଶବ
ଲିଭୁ ନାହିଁ ଜୁଇ ନିଆଁ
ଦେଖି ଏହି ଦୃଶ୍ଯ ହୃଦୟ ଆଘାତ
ଭାବିଲେ ଲାଗେ ଛାନିଆଁ ।
ଅଧର୍ମୀକୁ ନାଶ ଆହେ କଳ୍କୀରୂପ
ନିରିହକୁ ଦିଅ ଛାଡି
କଳିକାଳ ଯଦି ହୋଇଲାଣି ଶେଷ
ଦିଅନ୍ତୁ ଭୈରବ ରଡି ।
ଦୟାନିଧି ତୁମେ ଦୟାକର ବାରେ
ହୋଇଯାଅ ଏବେ ଶାନ୍ତ
ମୃତ୍ୟୁର ଏ ଋତୁ ନିଅ ହେ ଫେରାଇ
ହେ ପ୍ରଭୁ କାଳିଆ ସାଆନ୍ତ ।
ଜଗବନ୍ଧୁ ସାହୁ
ଗ୍ରାମ ‐ ଛଞ୍ଚାଣିଆ ପଲ୍ଲୀ
ଜିଲ୍ଲା ‐ ଗଞ୍ଜାମ
ପୋଷ୍ଟ ‐ ବେଲଗାଁଁ
ଭାୟା ‐ ପୋଲସରା




0 Comments