ତୋ ଭାବ ବନ୍ଧନ ରେ,
ପାଗଳୀ ମୁଁ ଆଜି ସତେ କି
ତୋର ସେନାଲିଆ ହସରେ।
ତୋ ଚକା ନୟନ କୁ ଥରେ
ଚାହିଁ ଦେଲେ ରେ କାଳିଆ,
ଭାବରେ ତୁ ବାନ୍ଧି ଦେଉ
ମୋ ଭାବ ବିନୋଦିଆ।
ମନ ହୁଏ କାଇଁ ଥରେ
ତୋ ହାତେ ବାନ୍ଧିବାକୁ ରଖି,
ଭାଇ ପରି ପାଖେ ମୋର ଥିବୁ
ହୋଇ ସୁଖ, ଦୁଃଖ ର ସାଥି।
କରିବିନି କେବେ ରେ କାଳିଆ
ତୋ ପାଖରେ ଅଭିମାନ,
ତୋ ପାଖେ ବନ୍ଧା ମୋର
ଛୋଟ ଏଇ ଜୀବନ।
ତୋ ବାଟକୁ ଚାହିଁ ରେ କାଳିଆ
ସାରିଯାଉ ମୋ ଜୀବନ ପଥ,
ଶେଷ ସମୟ ରେ ମୋତେ
କୋଳେଇ ନିଅ ଆହେ ଜଗନ୍ନାଥ.




0 Comments