କିଏ ଜଣେ ମୋତେ ପାଗଳ କରେ - ବୃନ୍ଦାବନ ପ୍ରଧାନ

କିଏ  ଜଣେ ମୋତେ ପାଗଳ କରେ 
ମୋ ଆବର୍ତ୍ତମାନରେ ...
କେବଳ ତାର  ଶ୍ଵର ଶୁଣିପାରେ
ମୋ ଅନ୍ତ ମନର କାରାଗାରେ.......।
ମୁ ତାକୁ ଦେଖିବାର  
ସତ ଚେଷ୍ଟା କଲେ ବି ଦେଖିପାରେନା
କେବଳ ଯେ ଅନୁଭବ  ମାତ୍ର କରିପାରେ 
ହେଲେ ସବୁ ଜାଣିପାରେ .........।।
କହିପାରେ ନ କିଏ ସେ 
ମୋ ଜୀବନ ର ପ୍ରତିଟି 
ମୂହୁର୍ତ୍ତ କୁ ସେ ବୁଝି ପାରିଛି
ଆଉ ସେ ମୋତେ ତାଗିତ କରିଚାଲିଛି ...... ।।।
ଅବିଚ୍ଛିନ୍ନ ଭାବରେ 
ଅସରନ୍ତି ସପନ  ନେଇ 
କିଏ ଜଣେ ମୋତେ ପାଗଳ କରେ 
ମୋ ଅଜାଣତରେ ................ ।।।।

ବୃନ୍ଦାବନ ପ୍ରଧାନ 
ବାଉଲସିଂହା ଭଟଲି ବରଗଡ଼ 


Post a Comment

0 Comments